ସ୍ମିତାରାଣୀ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ପୂରିଲା ୧୨ଦିନ, ହେଲେ ଖୋଲିଲାନି ରହସ୍ୟ… ମହିଳା କମିଶନ ଅଧ୍ୟକ୍ଷା ଏବେ ଟାର୍ଗେଟରେ
27/10/2019 at 4:47 PM

ଭୁବନେଶ୍ବର ୨୭|୧୦: ୧୨ଦିନ ବିତିଲା, ହେଲେ ଖୋଲିଲାନି ପିଇଓ ସ୍ମିତା ରାଣୀ ବିଶ୍ବାଳଙ୍କ ମୃତ୍ୟୁର ରହସ୍ୟ। ଏହି ଘଟଣାକୁ ନେଦଇ ରାଜ୍ୟରାଜନୀତିରେ ନିଆଁ ଜଳୁଥିବାବେଳେ ମହିଳା କମିଶନର ମୀନତି ବେହେରାଙ୍କ ଏବେ ମନେ ପଡିଲା। ମହିଳା କମିଶନ ଯାହା କହିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ମହିଳା କମିଶନରଙ୍କ ତଦନ୍ତକୁ ନେଇ ଗଣ୍ଠି କରିଛନ୍ତି ବିରୋଧୀ। ୫ଟି କଥା କହୁଥିବା ରାଜ୍ୟସରାକରଙ୍କ ମହିଳା କମିଶନର କିନ୍ତୁ ତଦନ୍ତ ବେଳେ ଏହାକୁ ଭୂଲି ଯାଇଛନ୍ତି। ଯାହାକୁ ନେଇ ବିଜେପି ଆସନ୍ତାକାଲି ମହିଳା କମିଶନ ଅଫିସ ଘେରାଉ କରୁଥିବାବେଳେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛି ।
ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁକୁ ୧୨ ଦିନ ବିତିଲା।ଯାଜପୁରରୁ ରାଜଧାନୀ ସ୍ମିତର ରାଣୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ଉଠିଲା ପଡିଲା। ରାସ୍ତ ଘାଟରେ ନଦିଆଁ ଜଳିଲା। କଂଗ୍ରେସ, ବିଜେପି ଓ ସ୍ମିତା ରାଣୀଙ୍କ ପରିବାର ଲୋକ ମହିଳା କମିଶନଙ୍କୁ ଭେଟିଲେ। ହେଲେ ମହିଳା କମିଶନଙ୍କ ଦେଖା ନଥିଲା।
ମହିଳା କମିଶନଙ୍କ ତଦନ୍ତକୁ ନେଇ ପ୍ରଶ୍ନ ଉଠିବା ପରେ ଆଜି ମିଡିଆ ସାମ୍ନାକୁ ଆସିଲେ ମହିଳା କମିଶନ ମିନତି ବେହେରା। ହେଲେ କମିଶନ ମିନତି ବେହରା ଯାହା କହିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିବା ସ୍ବଭାବିକ। ମିନତି ବେହରା ଦୁଇ ଦୁଇ ଥର ଘଟଣା ତଦନ୍ତ କରିଛନ୍ତି। ଥରେ ସ୍ବୟଂ କମିଶନ ଯାଇ ଘଟଣା ସ୍ଥଳ ବୁଲିବା ସହ ଏସପିଙ୍କୁ ଭେଟିଥିଲେ। ଦ୍ବିତୀୟ ଥର ତାଙ୍କ ଟିମ ଯାଇ ତଦନ୍ତ କରିଛନ୍ତି।
କ୍ରାଇମ ବ୍ରାଞ୍ଚ ତଦନ୍ତ କରିବା ପାଇଁ ଡିଜିଙ୍କୁ ଚିଠି ଲେଖିଛନ୍ତି ବୋଲି କହିଛନ୍ତି। ହେଲେ ଏଠି ପ୍ରଶ୍ନ ଉଠିଛି ଯେଉଁ ମହିଳା କମିଶନ କଳାହାଣ୍ତି ଦୁର୍ଷ୍କମ ମାମଲା ତଦନ୍ତ ବେଳେ ତାଙ୍କ ଓ୍ବେବ ସାଇଟରେ ଲାଇଭ ଭିଜୁଆଲ ଛାଡିଥିଲେ। ସେହି ମହିଳା କମିଶନ ଯାଜପୁର ଯାଇ ତଦନ୍ତ କଲେ କେମିତି କେହି ଜାଣିପାରିଲେନି? ତଦନ୍ତ ବେଳେ ପୀଡିତାଙ୍କ ପରିବାରକୁ ଭେଟିବାକୁ କେମିତି ଭୁଲିଗଲେ? କାହିଁକି କେବଳ ଅଭିଯୁକ୍ତ ପରିବାର ଏବଂ ଏସପିଙ୍କୁ ଭେଟିଲେ ମହିଳା କମିଶନ? ମହିଳା କମିଶନ କାର୍ଯ୍ୟକୁ ନେଇ ଏବେ ଏଭଳି ପ୍ରଶ୍ନ ଠିଆ ହୋଇଛି। ଯାହା ଏବେ ମହିଳା କମିଶନଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।
ମହିଳା କମିଶନ ଏଭଳି କାର୍ଯ୍ୟକଳାକୁ ନେଇ ବିରୋଧୀ ତାତିଲେଣି। ବିଜେପି ମହିଳା କମିଶନଙ୍କ ରିର୍ପୋଟ ସାର୍ବଜନୀନ କରିବାକୁ ଗତ କାଲି ୨୪ ଘଣ୍ଟାର ମହଲତ ଦେଇଥିଲା। ମୁଖ୍ୟମନ୍ତ୍ରୀ ମହିଳା କମିଶନରକୁ ବହିଷ୍କାର କରନ୍ତୁ ବୋଲି ଦାବି କରିଥିଲେ। ହେଲେ ଏହି ଦୁଇଟି ଯାକ ଦାବି ଭିତରୁ ଗୋଟିଏ ବି ପୂରଣ ହୋଇନି ।ଯେଉଁଥିପାଇଁ ବିଜେପି ଆସନ୍ତା କାଲି ମହିଳା କମିଶନଙ୍କ ଅଫିସ ଘେରାଉ କରିବ ବିଜେପି। ଏପଟେ କଂଗ୍ରେସ ବି ଆନ୍ଦୋଳନ ଧମକ ଦେଇଛି।
ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ମହିଳା କମିଶନ ଗଠନ କରାଯାଇଛି। ହେଲେ ଗୋଟିଏ ଘଟଣା ଘଟିବା ପପରେ ଯଦି ମହିଳା କମିଶନ ପଡିତାଙ୍କ ପରିବାରଙ୍କୁ ଭେଟିବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ଭେଟି ତଦନ୍ତ ସାରେ । ତାହେଲେ କାହା ଉପରେ ଆଉ ଭରଷା ରଖିବେ ମହିଳା।