Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଲେ ଲୋପାମୁଦ୍ରା, ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଲେ ମିନତୀ

11/11/2018 at 1:20 PM

ଭୁବନେଶ୍ୱର ୧୧/୧୧ : ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଆଜି ସକାଳେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି | ସେହିଭଳି ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ମିନତି ବେହେରା ମଧ୍ୟ ଇସ୍ତଫା ଦେଇଛନ୍ତି | ଏଭଳି ଇସ୍ତଫା ପଛରେ କଣ କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ | ତେବେ ଲୋପାମୁଦ୍ରା କହିଛନ୍ତି ଦଳର ସାଙ୍ଗଠନିକ କାର୍ଯ୍ୟରେ ଅଧିକ ସମୟ ଦେବାପାଇଁ ସେ ଇସ୍ତଫା ଦେଇଛନ୍ତି |

ଲୋପାମୁଦ୍ରା ବକ୍ସିପାତ୍ର ଡିସେମ୍ବର ୩ ତାରିଖ ୨୦୧୨ ମସିହାରେ ଓଡିଶା ମହିଳା କମିଶନର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ | ୨୦୧୫ ମସିହା ଡିସେମ୍ବର ମାସରେ ତାଙ୍କର ପ୍ରଥମ ଟର୍ମ ସରିଥିଲା କିନ୍ତୁ ପୁନର୍ବାର ତାଙ୍କୁ ସେହି ପଦରେ ଅବସ୍ଥାପିତ କରାଯାଇଥିଲା | ଆସନ୍ତା ମାସରେ ତାଙ୍କର ଦ୍ୱିତୀୟ ଟର୍ମ ପୁରା ହେବାକୁ ଥିଲା କିନ୍ତୁ ତା’ ପୂର୍ବରୁ ଆଜି ସେ ଇସ୍ତଫା ଦେଇଛନ୍ତି |

ପୂର୍ବତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଝିଅ ହେଉଛନ୍ତି ଲୋପାମୁଦ୍ରା ବକ୍ସିପାତ୍ର | ପିତାଙ୍କ ଦେହାନ୍ତ ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ | ଲୋପାମୁଦ୍ରାଙ୍କ ଭାଇ ଭୃଗୁ ବକ୍ସିପାତ୍ର ବର୍ତମାନ ଭାରତୀୟ ଜନତା ଦଳର ମୁଖପାତ୍ର ଅଛନ୍ତି | ଆଜି ମୁଖ୍ୟମନ୍ତ୍ରୀଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ଦେବାପରେ ବିଜେଡିର ପ୍ରତେକ୍ଷ ରାଜନୀତିରେ ସାମିଲ ହେବେ |

ସେହିଭଳି ମିନତୀ ବେହେରା ୨୦୧୫ ମସିହା ଏପ୍ରିଲ ୬ତାରିଖରେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେଇଥିଲେ | କିନ୍ତୁ ତାଙ୍କ ଇସ୍ତଫା ପଛରେ କଣ କାରଣ ରହିଛି ତାହା ଜଣାପଡିନାହିଁ | ସମ୍ଭବତଃ ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ତାଙ୍କୁ ଅନ୍ୟ କିଛି ଦାୟିତ୍ୱ ଦେବା ଅନୁମାନ କରାଯାଉଛି |

ଏହି ଦୁଇଜଣଙ୍କ ଇସ୍ତଫା ପରେ ଏମାନଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଯିବ ସେନେଇ କୌଣସି ସୂଚନା ମିଳିନାହିଁ |

   Related Posts