ପୁରୀରେ ରାଜ୍ୟ ମହିଳା ଆୟୋଗର କ୍ୟାମ୍ପ କୋର୍ଟ ଆୟୋଜିତ

Published By : Prameya-News7 Bureau | August 30, 2018 IST

ପୁରୀ ୩୦/୮ : ପୁରୀରେ ରାଜ୍ୟ ମହିଳା ଆୟୋଗର ଏକ କ୍ୟାମ୍ପ କୋର୍ଟ ଆୟୋଜିତ କରାଯାଇଛି। ଏହି କ୍ୟାମ୍ପ କୋର୍ଟରେ ଜିଲ୍ଲାର ପ୍ରାୟ ୫୪ ଟି କେସ୍ ପଞ୍ଜିକୃତ ହୋଇ ବିଚାର କରାଯାଇଥିଲା। ବିଶେଷ କରି ମହିଳା ନିର୍ଯାତନା, ଯୌତୁକ ନିର୍ଯାତନା, ଘରୋଇ ହିଂସା ସଂପର୍କିତ କେସ୍ ଗୁଡ଼ିକର ଆପୋଷ ସମାଧାନ କରାଯାଇଥିଲା। ମହିଳା ଆୟୋଗ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାମ୍ପ କୋର୍ଟରେ ଅନେକ ସ୍ୱେଛାସେବୀ ଭାଗ ନେଇ ମାମଲା ଗୁଡ଼ିକର ଆପୋଷ ସମାଧାନ କରିବାରେ ସହାୟତା କରିଥିଲେ। ନିକଟ ଭବିଷ୍ୟତରେ ଆହୁରି ଅଧିକ କ୍ୟାମ୍ପ କୋର୍ଟ କରାଯାଇ ଆଇନକୁ ଲୋକଙ୍କ ନିକଟକୁ ନିଆଯିବ ବୋଲି ମହିଳା ଆୟୋଗ ଅଧ୍ୟକ୍ଷା ମତ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.