Monday, July 15, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୪ଜଣ ନୁହଁ, ଜଣେ ଛାତ୍ରୀ ଗର୍ଭବତୀ ହୋଇଛନ୍ତି ବୋଲି କହିଲେ ମନ୍ତ୍ରୀ, ହଷ୍ଟେଲଗୁଡିକରେ ଲାଗିବ ୧୧୨୦ଟି ସିସିଟିଭି

ଭୁବନେଶ୍ବର ୧୨|୭: ରାଜଧାନୀରେ ଥିବା ଏସସି ଏସଟି ହଷ୍ଟେଲରେ ୪ ଜଣ ନୁହେଁ ଜଣେ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ସେ ପୁଣି ସ୍କୁଲରେ ନୁହେଁ ଘରେ ହୋଇଛି। ଏକଥା ଆଜି ଗୃହରେ ସ୍ପଷ୍ଟ କରିଛନ୍ତି ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା। ମନ୍ତ୍ରୀଙ୍କର ଏଭଳି ଉତ୍ତର କିନ୍ତୁ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି। ମନ୍ତ୍ରୀ ବିବୃତି ରଖିବା ପରେ ବିଧାନସଭାରେ ଗର୍ଜିଥିଲେ ବିରୋଧୀ। ମହିଳାଙ୍କ କ୍ଷେତ୍ରରେ ଦିନିକୁ ଦିନ ନିର୍ଯ୍ୟାତନା ଓ ଦୁଷ୍କମ ବଢ଼ିଚାଲିଛି ହେଲେ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ଅଭିଯୁକ୍ତ ଦଣ୍ତ ପାଇପରୁନାହାନ୍ତି ବିରୋଧୀ ଅଭିଯୋଗ କରୁଛନ୍ତି।

ଭୁବନେଶ୍ବର ଏସସଏସଟି ହଷ୍ଟେଲରେ ଛାତ୍ରୀ ଗର୍ଭବତୀ ପ୍ରସଙ୍ଗ ବିଧାନସଭାରେ ଉଠିଲା । ମନ୍ତ୍ରୀ କହିଲେ ୪ ଜଣ ଗର୍ଭବତୀ ହୋଇନାହାନ୍ତି ବରଂ କେବଳ ଜଣେ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ସେପୁଣି ଖରାଛୁଟିରେ ଘରକୁ ଯାଇଥିବା ବେଳେ ।  ସ୍କୁଲରେ ଏମିତି ଘଟଣା ଘଟିନି। ଖରାଛୁଟିରେ ଘରୁ ଫେରିବା ପରେ ଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ରିପୋର୍ଟରେ ୪ ଜଣ ଗର୍ଭବତୀ ଥିବା ପରୀକ୍ଷାରୁ ଜଣା ପଡିଥିଲା କିନ୍ତୁ ପରେ କ୍ୟାପିଟାଲ ହସ୍ପିଟାଲ ପରୀକ୍ଷା କରିବା ପରେ ଜଣଙ୍କ ରିପୋର୍ଟ ପଜେଟିଭ ଆସିଥିଲା। ବାକି ତିନି ଜଣଙ୍କ ରିର୍ପୋଟ ନେଗଟିଭ ଆସିଥିଲା । ଏ ଘଟଣାରେ ପୋଲିସ ବି ଜଣଙ୍କୁ ଗିରଫ କରିଛି ।  ଛାତ୍ରୀମାନଙ୍କୁ ସୁରୂକ୍ଷା ନେଇ ହଷ୍ଟେଲରେ ମ୍ୟାଟ୍ରନ ନିଯୁକ୍ତି କରିବା ସହ ୧୧୨୦ ଟି ସିସିଟିଭି ହେଷ୍ଟଲ ଲାଗିବା ପାଇଁ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ କହିଛନ୍ତି।।

ମନ୍ତ୍ରୀଙ୍କ ଉତ୍ତର କିନ୍ତୁ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନଥିଲା ।  ମହିଳାଙ୍କୁ ଦୁଷ୍କର୍ମ ନେଇ ଗର୍ଜିଥିଲେ ବିରୋଧୀ। ସରାକର ସ୍ଥାଣୁ ପଲାଟିଛି। ପ୍ରତିଦିନ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। କିନ୍ତୁ ବର୍ଷକୁ ୬ଜଣ ଦଣ୍ତିତ ହେଉଛନ୍ତି।  ଅନେକ ସ୍ଥାନରେ ପିଡୀତା ଥାନା​‌ରେ  ଅଭିଯୋଗ କରିବାକୁ ଆସିଲେ ତାର ଆଭିଯୋଗ ରଖାଯାଉନି ।  ଏପରିକି ଅଭିଯୁକ୍ତ ଶାସକ ଦଳ ଲୋକ ହୋଇଥିଲେ ବାହାରେ ନିର୍ଭୟରେ ବୁଲୁଛନ୍ତି। ଏସବୁ ମାମଲାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଓ୍ବିଙ୍ଗ ଗଠନ କରିବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମଶ୍ର। ।

ପ୍ରତିବର୍ଷ ଏସିଏସଟି ହଷ୍ଟେଲ ଛାତ୍ରୀ ଗର୍ଭବତୀ ନେଇ ଦୁର୍ଗମ ଅଞ୍ଚଳରୁ ଆସୁଥିଲା। ହେଲେ ଚଳିତ ବର୍ଷ ରାଜଧାନୀରେ ଥିବା ହଷ୍ଟେଲରେ ଏଭଳି ରିପୋର୍ଟ ଆସିଥିଲା। ଏହି ପ୍ରସଙ୍ଗ ବିଧାନସଭା ଉଠିଥିବା ବେଳେ ଘଟଣାରେ ଯେ ପୂର୍ଣ୍ଣଛେଦ ପଡ଼ିବ ସେ ଭରସା ମିଳିନି।

221 Views

   ସମ୍ବନ୍ଧିତ ଖବର