Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଏକଜିଟ୍ ପୋଲକୁ ନେଇ ରାଜ୍ୟ ରାଜନୀତି ସରଗରମ : ବିଜେଡି, ବିଜେପି, କଂଗ୍ରେସ ନିଜ ନିଜ ହିସାବରେ ନିଜେ ଖୁସୀ

8/12/2018 at 7:19 PM

ଭୁବନେଶ୍ବର ୮|୧୨: ଏକଜିଟ ପୋଲ ଫଳାଫଳ ପ୍ରଚଳିତ ସରକାରଙ୍କୁ ଝଟକା ଦେଇଛି। ପ୍ରଚଳିତ ସରକାର ପ୍ରତି ମୁହଁ ଫେରାଇଛନ୍ତିଲୋକେ । ରାଜସ୍ଥାନ, ମଧ୍ୟ ପ୍ରଦେଶ ଏବଂ ଛତିଶଗଡରେ ଯାହା ଅବସ୍ଥା ହୋଇଛି ଓଡିଶାରେ ସେଭଳି ଅବସ୍ଥାହେବ । ଏକଜିଟ୍‌ ପୋଲକୁ ଦେଖି ରାଜ୍ୟରେ ସରକାର ପରିବର୍ତ୍ତନ ହେବ ବୋଲି ଦାବି କଲେଣି ବିଜେପି ଓକଂଗ୍ରେସ । ହେଲେ ବିଜେଡି ଏହାକୁ ଖଣ୍ଡନ କରିଛି ।

ଏକଜିଟ୍‌ ପୋଲକୁ ନେଇ ରାଜ୍ୟ ରାଜନୀତି ସରଗରମ । ଶାସନ ଗାଦିରେ ଥିବା ଦଳ ବିରୋଧରେ ଜନତା ଦେଇଛନ୍ତି ରାୟ । କିନ୍ତୁ ରାଜ୍ୟ ସରକାରଙ୍କ ବିରୋଧରେ ଜନଆକ୍ରୋଶ ନାହିଁ।କାରଣ । ସେପଟେ ମିଜୋରାମରେ କଂଗ୍ରେସ ଅବସ୍ଥା ବି ସମାନ । ଏଥିରୁ ଜଣାପଡୁଛି ସରକାରରେ ଥିବା ଦଳପ୍ରତି ଲୋକଙ୍କ ଆସ୍ଥା ତୁଟୁଛି । ଏହାକୁ ଦେଖି ଓଡ଼ିଶାରେ ସରକାର ପରିବର୍ତ୍ତନ ହେବ ବୋଲି କଂଗ୍ରେସ ବିଜେପି କହିଲେଣି । କାରଣ ରାଜ୍ୟ ସରକାରଙ୍କ ପ୍ରତିଜନ ଆକ୍ରୋଶ ରହିଛି । ଏପଟେ ଏକଜିଟ୍‌ ପୋଲର ଫଳାଫଳ ସତ ହେବନି ବୋଲି କହିଛି ବିଜେପି । 

ତେବେ ଏକଜିଟ୍‌ ପୋଲର ଫଳାଫଳକୁ ନଇେ ବିଜେଡି ବିଚଳିତ ନୁହେଁ । ଫଳାଫଳ ବିଜେପି ବିରୋଧରେ ଯାଉଥିବାରୁ ବିଜେପିକୁ ଓଲଟା ଟାର୍ଗେଟ କରିଛି ବିଜେଡି । ସାଢ଼େ ୪ ବର୍ଷ କିଛି ଲୋକାଭିମୁଖୀ କାମ ହୋଇନି । କେବଳ ଭାଷଣ ବାଜିରେବିଜେପି ମିତିଛି । ସେଥିପାଇଁ ଉତ୍ତର ପ୍ରଦେଶ ଉପନିର୍ବାଚନ ଫଳାଫଳରୁ ହିଁ ଲୋକେ ମୁହଁ ଫେରାଇବା ଆରମ୍ଭ କରିଛନ୍ତି । ଯାହାର ପ୍ରଭାବ ଏହିସବୁ ରାଜ୍ୟରେ ପଡିଛି । ଓଡିଶାରେ ବିଜେଡି ସରକାର ଲୋକଙ୍କ ସବୁ ସମସ୍ୟାର ସମାଧାନ କରି ଆସୁଛି । ତେଣୁ ଓଡିଶାରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡି ଯୁକ୍ତି ବାଢିଛି ।

ଏକଜିଟ୍‌ ପୋଲି କେଉଁ ଦଳକୁ ହତାଶ କରିଥିବାବେଳେ କେଉଁ ଦଳ ଉତ୍‌ଫୁଲିତ । ତେବେ ଓଡିଶା ରାଜନୀତିରେ ଏହା କି ପ୍ରଭାବ ପକାଇବ ତାହା ଏବେଠୁ କହିବା ମୁସ୍କିଲ୍ ।…

   Related Posts