ଆନ୍ଦୋଳନକୁ ଓହ୍ଲାଇବେ ପୁଲିସକର୍ମୀ: ୨୮ ତାରିଖରୁ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ରାଜଧାନୀରେ ଦେବେ ଧାରଣା

Published By : Prameya-News7 Bureau | January 20, 2019 IST

ଭୁବନେଶ୍ବର ୨୦|୧: ଆନ୍ଦୋଳନକୁ ଓହ୍ଲାଇବେ ପୁଲିସ କର୍ମୀ । ଏଭଳି ଚେତାବନୀ ଦେଇଛି ଓଡିଶା ହାବିଲଦାର , କନଷ୍ଟେବଲ ଓ ସିପାହୀ ମହାସଂଘ । ସଂଘ ପକ୍ଷରୁ ଗତ କେଇ ବର୍ଷ ହେବ ୪ ଟି ଦାବି ଉପସ୍ଥାପନ କରାଯାଇଛି, କିନ୍ତୁ ତାର ସମାଧାନ ନିମନ୍ତେ ରାଜ୍ୟ ସରକାର କୌଣଷି ପଦକ୍ଷେପ ନେଉନଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ସଂଘର ରାଜ୍ୟ ସଭାପତି ।

{"id":76225}

ସପ୍ତମ ବେତନ କମିଶନ ଲାଗୁ କରିବାରେ ସରକାରଙ୍କ ଟାଳଟୁଳ ନୀତିକୁ ସଂଘ ସମାଲୋଚନା କରିଛି, ସେହିପରି ବିଭିନ୍ନ ଜିଲ୍ଲାରେ ଖାଲି ପଡିଥିବା ପଦବୀକୁ ପୂରଣ କରିବା, ଠିକା କର୍ମଚାରୀ ମାନଙ୍କୁ ସ୍ଥାୟୀ କରାଇବା ଭଳି ୪ ଟି ଦାବିକୁ ପୁଣି ଉତ୍‌ଥାପନ କରିଛି ସଂଘ । ତେବେ ଏସବୁକୁ ନେଇ ଆସନ୍ତା ୨୮ ତାରିଖରୁ ସଂଘର ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ମାନେ ରାଜଧାନୀରେ ଧାରଣା ଦେବେ, ଏବଂ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତା ମାନେ ଜିଲ୍ଲା ସ୍ତରରେ ଧାରଣାରେ ବସିବେ ବୋଲି କହିଛି ସଂଘ । ଦାବି ପୂରଣ ନହେଲେ ଆଗକୁ ରାଜ୍ୟର ସମସ୍ତ ପୁଲିସ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବେ ଆଜି ଚେତାବନୀ ଦେଇଛି ଓଡିଶା ହାବିଲଦାର , କନଷ୍ଟେବଲ ଓ ସିପାହୀ ମହାସଂଘ ….

{"id":76226}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.