Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି : କାଳିଆ ଟଙ୍କାକୁ ଜରୁରୀକାଳୀନ ପାଣ୍ଠିକୁ ଫେରାଇବେ ସରକାର

11/07/2019 at 2:27 PM

ଭୁବନେଶ୍ବର ୧୧|୭: ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ପାଇଁ ଜରୁରୀକାଳୀନ ପାଣ୍ଠିରୁ ନିଆଯାଇଥିବା ଅର୍ଥ ଏବେ ଫେରିବ । ଜରୁରୀକାଳୀନ ପାଣ୍ଠିରୁ ୭୩୪ କୋଟି ଟଙ୍କା ନେଇ କାଳିଆ ଟଙ୍କା ବାଣ୍ଟିଥିଲେ ସରକାର  । ଏବେ ବଜେଟରେ ଏଥିପାଇଁ ଟଙ୍କା ବରାଦ ହେବା ପରେ ସରକାର ସେହି ଟଙ୍କାକୁ ଜରୁରୀକାଳୀନ ପାଣ୍ଠିକୁ ଫେରାଇବେ।  ଖାଲି ସେତିକି ନୁହେଁ କାଳିଆ ଟଙ୍କା ପାଇବାରୁ ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ଯୋଡ଼ା ହୋଇଥିବା ବେଳେ ସେମାନଙ୍କ ପାଇଁ କିନ୍ତୁ ଅର୍ଥ ବରାଦ ହୋଇନାହିଁ। ଏହି ଅର୍ଥ ପାଇଁ ଆଣିବା ଲାଗି ସ୍ବତନ୍ତ୍ର ସପ୍ଲିମେଣ୍ଟାରୀ ବଜେଟ ଆଣିବେ ସରକାର। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି। ସେହିପରି  ନିଜ ନିଜ ବିଭାଗର କାର୍ଯ୍ୟ ସଂପର୍କରେ ଠିକ ସମୟରେ ମାସିକିଆ ରିପୋର୍ଟ ଦେଇଥିବାରୁ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ। ମନ୍ତ୍ରୀମାନଙ୍କୁ ଦେଇଛନ୍ତି ୫ ପରାମର୍ଶ । ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକଙ୍କ ସମସ୍ଯା ଏବଂ ପ୍ରକୃତ ସ୍ଥିତି ବୁଝିବାରୁ ନିର୍ଦ୍ଦେଶ ଦେଇଛନ୍ତି ।  ଆପଣମାନେ ଗାଁକୁ ଗସ୍ତ କରନ୍ତୁ, ଏହାଦ୍ବାରା ଆପଣଙ୍କ ବିଭାଗର କାମ ସଂପର୍କରେ ତୃଣମୂଳ ସ୍ତରରୁ ଜାଣିପାରିବେ । ଆପଣଙ୍କ ବିଭାଗ ଅଧୀନରେ ଥିବା ବିଭିନ୍ନ ଅଫିସକୁ ଅଚାନକ ପରିଦର୍ଶନ କରନ୍ତୁ, ଏହାଦ୍ବାରା ସରକାରୀ ସେବା ପ୍ରଦାନ ତ୍ବରାନ୍ବିତ ହେବ । ଗସ୍ତ ସମୟରେ ଲୋକଙ୍କୁ ଭେଟି ସରକାରୀ ଯୋଜନା ସଂପର୍କରେ ହିତାଧିକାରୀଙ୍କଠାରୁ ସିଧା ମତାମତ ନିଅନ୍ତୁ । ପରିବର୍ତ୍ତନ ପାଇଁ 5T  ଜରୁରୀ,ଏଥିପାଇଁ ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଦୃଷ୍ଟି ଦେବାକୁ ପଡିବ । ସ୍ବଚ୍ଛତା ଏବଂ ଦକ୍ଷତା ପାଇଁ କମ୍ପ୍ୟୁଟରୀକରଣ ଜରୁରୀ, ଏଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

   Related Posts