କୋଣାର୍କର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ଆଜି ଆଲୋଚନା

Published By : Prameya-News7 Bureau | November 30, 2018 IST

ନୂଆଦିଲ୍ଲୀ ୩୦|୧୧:  କୋଣାର୍କର ସୁରକ୍ଷା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା ଆଜି । ଦିଲ୍ଲୀରେ ରାଜ୍ୟ ସଂସ୍କୃତିମନ୍ତ୍ରୀ ଅଶୋକ ପଣ୍ଡା କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମାଙ୍କ ସହିତ ଆଲୋଚନା କରିବେ । କୋଣାର୍କ ମନ୍ଦିରର କୀର୍ତ୍ତି ରାଜି ସୁରକ୍ଷା, ମନ୍ଦିର ପରିସରରେ ପାଣି ଜମିବା ପ୍ରସଙ୍ଗ ଆଦି ଉଠାଇବେ ରାଜ୍ୟ ସଂସ୍କୃତି ମନ୍ତ୍ରୀ । ଏହା ବ୍ୟତୀତ ପାଇକ ସେଣ୍ଟର, ପାଇକ ଏକାଡ଼େମୀ ଓ କଲଚରାଲ କମ୍ପ୍ଲେକ୍ସ ପ୍ରତିଷ୍ଠା କ୍ଷେତ୍ରରେ  କେନ୍ଦ୍ର ଟାଳଟୁଳ ନୀତି ଗ୍ରହଣ କରୁଛି ତେଣୁ ସେହି ପ୍ରକଳ୍ପର ଅଗ୍ରଗତି ନେଇ ମଧ୍ୟ ବଥା ହେବେ । ସେହିପରି ନୃସିଂହନାଥ ଓ ରଣପୁର ଝରିଆଲ ବିକାଶକୁ ନେଇ କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ପଠାଯାଇଛି । କେନ୍ଦ୍ର ସରକାର ସେହି ପ୍ରସଙ୍ଗରେ କିଛି ଉତ୍ତର ଦେଇ ନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.