୬ଟି ପ୍ରସ୍ତାବ ଉପରେ ମୋହର ମାରିଲା କ୍ୟାବିନେଟ୍ : ଗଠନ ହେବ ରାଜ୍ୟ ମ୍ୟାରିଟାଇମ୍ ବୋର୍ଡ଼
16/08/2019 at 5:53 PM

ଭୁବନେଶ୍ବର ୧୬/୮: ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଏହି ପ୍ରସ୍ତାବଗୁଡ଼ିକ ଭିତରେ ରାଜ୍ୟରେ ମ୍ୟାରିଟାଇମ ବୋର୍ଡ଼ ଗଠନ ପାଇଁ ରହିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମ୍ୟାରିଟାଇମ ବୋର୍ଡ଼ର ମୁଖ୍ୟ ରହିବେ ମୁଖ୍ୟ ଶାସନ ସଚିବ।
ଏହି ବୋର୍ଡ଼ରେ ୧୨ଜଣ ସଦସ୍ୟ ମଧ୍ୟ ରହିବେ। ସେହିଭଳି ଓଏସଆରଟିସିର ଆର୍ଥିକ ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ପାଇଁ ଗଠିତ କମିଟିର ସୁପାରିଶକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି।