Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଉଦ୍‌ଯାପିତ ହେଲା ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା

21/10/2019 at 10:54 PM

ପୁରୀ – ପୁରୀରେ ଦୁଇଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା ଉଦଯାପିତ ହୋଇଛି। ସ୍ଥାନୀୟ ମୁଦଲି ଯାଗା ପରିସରରେ ଅନୁଷ୍ଠିତ ପୁରୁଷ ଓ ମହିଳା କୁସ୍ତିରେ ସଫଳତା ପାଇଥିବା କୃତି ପ୍ରତିଯୋଗୀ ମାନେ ଆସନ୍ତା ମାସ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ କୁସ୍ତି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ

ପୁରୀରେ ଉଦଯାପିତ ହୋଇଛି ରାଜ୍ୟସ୍ତରୀୟ ଗଦି କୁସ୍ତି ପ୍ରତିଯୋଗୀତା। ଏହି ଅବସରରେ ପୁରୀ ସମେତ କଟକ, ବୌଦ, ଗଞ୍ଜାମ, ଢ଼େଙ୍କାନାଳ, ବାଲେଶ୍ୱର, ସୋନପୁର, ସମ୍ୱଲପୁର ଓ ଓଡ଼ିଶା ପୋଲିସରୁ ପୁରୁଷ ବିଭାଗରେ ୭୬ ଜଣ ପ୍ରତିଯୋଗୀ ଓ ମହିଳା ବିଭାଗରେ ୪୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସବ୍ ଜୁନିୟର, ଜୁନିୟର ଓ ସିନିୟର ବିଭାଗର ପ୍ରତି ବର୍ଗରେ ୬ ଟି ଲେଖାଏଁ କୁସ୍ତି ଅର୍ଥାତ୍ ଏହିପରି ୪୮ ଜୋଡ଼ା କୁସ୍ତି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀତାରେ ପୁରୀ ଦଳ ଚମ୍ପିଅନ୍ ହୋଇଛି। କୃତୀ ପ୍ରତିଯୋଗୀମାନେ ଆସନ୍ତା ମାସ ୨୩ ତାରିଖରେ ଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ସର୍ବାଭରତୀୟ କୁସ୍ତି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ।

ସେହିପରି ୧୫ ବର୍ଷରୁ କମ୍ ଓଜନରେ ବିଭାଗରେ ମଧ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସର୍ବଭାରତୀୟ ପ୍ରତିଯୋଗୀତାରେ ପ୍ରତିଯୋଗୀ ମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶାବାଦୀ ଅଛନ୍ତି। ଅଧିକରୁ ଅଧିକ ପ୍ରତିଯୋଗୀତା କରାଗଲେ ପୁରୀ କୁସ୍ତବିତଙ୍କ ସମେତ ଓଡ଼ିଶା ଦଳର ମଲଯୋଦ୍ଧା ମାନେ ଅଧିକ କୃତକାର୍ଯ୍ୟ ହୋଇପାରନ୍ତେ ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି।


ଆଗାମୀ ଜାତୀୟସ୍ତରୀୟ କୁସ୍ତିପ୍ରତିଯୋଗୀତାରେ ଓଡ଼ିଶା ଦଳ କିପରି ଖେଳ ପ୍ରଦର୍ଶନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

   Related Posts