କୋରାପୁଟର ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୧୯ ଉଦ୍‌ଘାଟିତ

Published By : Prameya-News7 Bureau | November 17, 2019 IST

ଜୟପୁର ୧୭।୧୧: ଆରମ୍ଭ  ହୋଇଛି  କୋରାପୁଟର ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ ପରବ-୨୦୧୯ । ଉଦଘାଟନୀ ସଂଧ୍ୟାରେ  ସ୍ଥାନୀୟ ଅଞ୍ଚଳର ଆଦିବାସୀ କଳାକାରଙ୍କ ସହ ରାଜ୍ୟ ଓ ରାଜ୍ୟ ବାହାରର କଳାକାର ମାନେ ନୃତ୍ୟ ସଂଗୀତ ପରିବେଷଣ କରି ଲୋକଙ୍କ ମନ ମୋହିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ କୃତି ପ୍ରତିଭାଙ୍କୁ ପରବ ମଞ୍ଚରେ ସମ୍ମାନିତ କରାଯାଇଥିଲା ।

{"id":185689,"sizeSlug":"large"}

ଉଦଘାଟିତ ହୋଇଯାଇଛି କୋରାପୁଟର ରାଜ୍ୟସ୍ତରୀୟ ମହୋତ୍ସବ ପରବ-୨୦୧୯  । ମହୋତ୍ସବର ପ୍ରଥମ ସନ୍ଧ୍ୟା ଥିଲେ ବେଶ୍ ଚିତାକର୍ଷକ । ଶୀତୁଆ ସଂଧ୍ୟାକୁ ଉଷ୍ମ କରିଥିଲା ପରବ । ଉଦଘାଟନୀ  ସଂଧ୍ୟାରେ ସ୍ଥାନୀୟ ଅଦିବାସୀ କଳାକାରଙ୍କ ସହ ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନେ ସେମାନଙ୍କ ଚିତାକର୍ଷକ ପାରମ୍ପରିକ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ । ଯାହାର ଭରପୁର ଆନନ୍ଦ ଉଠାଇଥିଲେ ପରବ ବୁଲି ଆସିଥିବା ଲୋକେ ।

{"id":185690,"sizeSlug":"large"}

ଏହି ଅବସରରେ ସିରିବେଡାର ଦୁରୁଆ ନାଚ, ସମ୍ବଲପୁରର ସମ୍ବଲପୁରୀ ନୃତ୍ୟ, କଳାହାଣ୍ଡିର ଘୁମୁରା, ଆସାମର ବିହୁ ନୃତ୍ୟ ସହ ଓଡିଶୀ  ନୃତ୍ୟ ଶିଳ୍ପୀଙ୍କ ନୃତ୍ୟରେ ଦୁଲୁକି ଉଠିଥିଲା ମଞ୍ଚ । ଉଦଘାଟନୀ  ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପଦ୍ମନାଭ ବେହେରା ଓ ସମ୍ମାନୀୟ ଅତିଥି ଭାବେ ମନ୍ତ୍ରୀ ପଦ୍ମୀନି ଦିଆନ, ଜଗନ୍ନାଥ ସାରକାଙ୍କ ସହ ସ୍ଥାନୀୟ ବିଧାୟକ ଯୋଗ ଦେଇଥିଲେ ।

{"id":185692,"sizeSlug":"large"}

ଏହି ଅବସରରେ ଜିଲ୍ଲାର ବିଭିନ୍ନ କୃତ୍ତି ପ୍ରତିଭାଙ୍କୁ ପରବ ସମ୍ନାନରେ ସମ୍ମାନିତ କରାଯାଇଥିଲା। ସେହିପରି ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରଞ୍ଜିତ ପାଙ୍ଗୀ ସହ ଅନ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ବାଲ୍ୟ ବିବାହ ବିରୋଧରେ ଅଭିଯାନ ଚଳାଇଥିବା ୫ ଜଣ ବ୍ରାଣ୍ଡ ଆମ୍ବାସାଡରଙ୍କୁ ବି ସମ୍ମାନିତ କରାଯାଇଛି । ଆଉ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ନିଜ ନୃତ୍ୟ ଓ ସଂଗୀତ ପରିବେଷଣ କରି କଳାକାର ମାନେ ବେଶୀ ଖୁସି ।

{"id":185693,"sizeSlug":"large"}

୧୯୯୬ ମସିହାରେ ଆରମ୍ଭ ହୋଇଥିବା ପରବ ଚଳିତ ବର୍ଷ  ୨୪ ବର୍ଷରେ ପଦାର୍ପଣ କରିଛି । ୩ ଦିନ ଧରି ଚାଲିବାକୁ ଥିବା ଲୋକ ମହୋତ୍ସବ ପରବର ଆଜି ଦ୍ବିତୀୟ ଦିନ। ଆଜିବି ପଲ୍ଲିଶ୍ରୀ ମେଳା ସହ ଆଦିବାସୀ ନୃତ୍ୟ ଓ ସଂଗୀତର ମଜା ନେଇପାରିବେ ଦର୍ଶକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.