Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଧଉଳି ଶାନ୍ତିସ୍ତୂପରେ ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର, ସମ୍ବର୍ଦ୍ଧିତ ହେଲେ ୯ ଚିତ୍ରଶିଳ୍ପୀ

27/12/2020 at 9:45 PM

ଭୁବନେଶ୍ଵର ୨୭।୧୨: ଧଉଳି ଚାରୁକଳା ମହା ବିଦ୍ୟାଳୟ ଓ  ଅନିଲା ଆର୍ଟ ଫାଉଣ୍ଡେସନର ମିଳିତ  ସହଯୋଗରେ ଶାନ୍ତିସ୍ତୂପଠାରେ ଆୟୋଜିତ ହୋଇ ଯାଇଛି ରାଜ୍ୟସ୍ତରୀୟ ଜଳରଙ୍ଗ ଚିତ୍ର ଶିବିର ‘ସ୍ୟାଡୋ ଅଫ ହେରିଟେଜ୍’ ଓ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ। ବିଶିଷ୍ଟ ସାହିତ୍ୟିକ ଡ. ଶୁଭଶ୍ରୀ ଲେଙ୍କା ମୁଖ୍ୟ ଅତିଥି ଓ ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ ସମ୍ମାନନୀୟ ଅତିଥି ରୂପେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ।

ମହା ବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି ଡ . ହୃଷିକେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ କରିବା ଥିବା ବେଳେ ସଂପାଦକ ମିହିରକାନ୍ତ ପ୍ରହରାଜ ସ୍ଵାଗତ ଭାଷଣ ଦେଇଥିଲେ। ଅନିଲା ଆର୍ଟଫାଉଣ୍ଡେସନର ପ୍ରତିଷ୍ଠାତ ଶଶଧର ପତି ଫାଉଣ୍ଡେସନର ଆଭିମୁଖ୍ୟ ବିଷୟରେ ଅବଗତ କରିଥିଲେ। ଉକ୍ତ ଚିତ୍ରକଳା ଶିବିରରେ ଚିତ୍ରଶିଳ୍ପୀ ଗୌରାଙ୍ଗ ବାରିକ, ବୃନ୍ଦାବନ ମହାରଣ, ବିଜୟ ପ୍ରଧାନ, ବିଜୟ କୁମାର ପଣ୍ଡା, ଲିପିଶ୍ରୀ ନାୟକ, ଶ୍ୟାମ ପ୍ରସାଦ, ଜନାର୍ଦ୍ଦନ ପରମଗୁରୁ, ଚନ୍ଦନ କୁମାର ସାମଲ, ନୃସିଂହ ନାଥ ନାୟକ, ଅଶୋକ ଦାସ, ମହେଶ ପାଣ୍ଡେ, ନିଶିକଲାଲ ବାରିକ, ମନୋରଞ୍ଜନ ଦାସ, ବିନୟ ମହାନ୍ତି, ରାଜକିଶୋର ମହାରଣା, ଜୟଶ୍ରୀ ଜେନା, ପ୍ରଦୀପ କୁମାର ସାହୁ, ପଞ୍ଚାନନ ସାମଲ, ଶଶଧର ପତି, ଏନ ଓଝା ପ୍ରମୁଖ ଓଡିଶାର ଐତିହ୍ୟ ଓ ସଂସ୍କୃତିକୁ ନେଇ ଜଳରଙ୍ଗରେ ଛବି ଆଙ୍କିଥିଲେ।

ଓଡିଶା ଲଳିତକଳା ଏକାଡେମୀ ଦ୍ଵାରା ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ ହୋଇଥିବା ଶିଳ୍ପୀଙ୍କ ମଧ୍ୟରୁ ବିଶିଷ୍ଟ ଚିତ୍ରଶିଳ୍ପୀ ଜଗଦିଶଚନ୍ଦ୍ର କାନୁନଗୋଙ୍କୁ କଳା ମଉଡମଣି ସମ୍ମାନ, ବିନୋଦ ମହାରଣାଙ୍କୁ କଳାଶିରୋମଣି ସମ୍ମାନ, ଶରତ କୁମାର ରଥଙ୍କୁ ମରଣୋତ୍ତର ଭାବେ କଳାଚୁଡାମଣି ସମ୍ମାନ, ବୃନ୍ଦାବନ ମହାରଣଙ୍କୁ ଚିତ୍ର ମନ୍ଦାକିନୀ ସମ୍ମାନ, ଅଲେଖ ଚରଣ ସାହୁଙ୍କୁ ଯଶସ୍ଵୀ କଳା ଐତିହାସିକ ସମ୍ମାନ, ଗୌରାଙ୍ଗ ବରିକଙ୍କୁ ଚିତ୍ର ବସନ୍ତ ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି ପରି ମଞ୍ଚଶିଳ୍ପୀ ସଂଗ୍ରାମ ମହାରଣାଙ୍କୁ ଅଭିନ୍ନ ମଞ୍ଚଶିଳ୍ପୀ ପ୍ରତିଭା ସମ୍ମାନ ଓ ଚିତ୍ରଶିଳ୍ପୀ ପଞ୍ଚାନନ କାନୁନ ସାମଲଙ୍କୁ ଅନିଲା କଳା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଶିବିରରେ ଅଂଶଗ୍ରହଣ କରିଥିବା ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

   Related Posts