ଜୁନ୍ ୧ରୁ ୫ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ

Published By : Prameya-News7 Bureau | May 21, 2019 IST

ଭୁବନେଶ୍ବର ୨୧|୫: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି (ଓରମାସ୍‌)  ତଥା  ଓଡ଼ିଶା  ଜୀବିକା  ମିଶନର  ମିଳିତ  ଉଦ୍ୟମରେ ଏକ  ‘ରାଜ୍ୟସ୍ତରୀୟ  ଆମ୍ବ ମହେ।ତ୍ସବ -୨୦୧୯’ ଶୀର୍ଷକ  ପ୍ରଦର୍ଶନୀ ତଥା ବିକ୍ରୟ କ।ର୍ଯ୍ୟକ୍ରମ ଆସନ୍ତା ଜୁନ୍ ୧ରୁ ୫ ତ।ରିଖ ପର୍ଯ୍ୟନ୍ତ ର।ଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏସ୍‌.ଆଇ.ଆର.ଡି) ପରିସରରେ ଅନୁଷ୍ଠିତ ହେବ । ଏଥି ନିମନ୍ତେ  ର।ଜ୍ୟର  ପ୍ରମୁଖ ଆମ୍ବ ଉତ୍ପାଦନକ।ରୀ ଆଠଟି ଜିଲ୍ଲା ଯଥା ଅନୁଗୋଳ, ର।ୟଗଡ଼ା, ମୟୂରଭଞ୍ଜ, ସମ୍ବଲପୁର, ବଲ।ଙ୍ଗୀର,  କେ।ର।ପୁଟ,  ଢେଙ୍କ।ନ।ଳ ଓ  ଗଜପତି ଜିଲ୍ଲାସ୍ତରୀୟ ଅଧିକାରୀ, ଉତ୍ପାଦକ  କମ୍ପାନୀ ଓ ଗୋଷ୍ଠୀଗୁଡ଼ିକର  ପ୍ରତିନିଧିଗଣ ତଥା କର୍ମକର୍ତ୍ତାମାନଙ୍କ  ସହିତ ଓରମାସ  ଅତିରିକ୍ତ  ମୁଖ୍ୟ  କ।ର୍ଯ୍ୟନିର୍ବାହୀ  ଅଧିକ।ରୀ ସ୍ୱୟଂପ୍ରଭ।  ମହାନ୍ତି  ଓ ଉପନିର୍ଦ୍ଦେଶକ (ବିପଣନ) ସୁଜୋୟ କରଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ସଭ।ର ମାସ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେ।ଇଯାଇଛି ।

ଓଡ଼ିଶାର ପୁରପଲୀରେ ଉତ୍ପାଦିତ ହେଉଥିବ। ବିଭିନ୍ନ ଉନ୍ନତ କିସମର ସଦ୍ୟ ହ।ତ ତେ।ଳ। ତଥା ର।ସାୟନିକ ପଦ।ର୍ଥ ବେ।ଳ।ଯାଇନଥିବ। ଆମ୍ବ ଲେ।କ ମାନଙ୍କ ପାଖରେ ପହଞ୍ଚାଇବ। ଓ ସେସବୁ ଆମ୍ବ ସମ୍ପର୍କରେ  ଅବଗତ  କର।ଇବ। ଏହି ମହେ।ତ୍ସବ  ମୂଳ ଉଦ୍ଦେଶ୍ୟ ବେ।ଲି ସ୍ୱୟଂପ୍ରଭ। ମହାନ୍ତି କହିଛନ୍ତି ।

ଉକ୍ତ ଜିଲ୍ଲା ଗୁଡ଼ିକର ଆମ୍ବ ଚ।ଷୀମାନେ ମହେ।ତ୍ସବରେ ଯୋଗଦେଇ ସେମାନଙ୍କ ବିଭିନ୍ନ ଉନ୍ନତ କିସମର ସଦ୍ୟ ହ।ତ ତୋଳ। ତଥା ର।ସାୟନିକ ପଦାର୍ଥ ବେ।ଳ।ଯାଇନଥିବ। ସ୍ୱାଦିଷ୍ଟ ଆମ୍ବର ପ୍ରଦର୍ଶନ ଓ ବିକ୍ରିବଟା କରିପାରିବେ । ଏହି ଚାଷୀମାନେ ସାଧାରଣତଃ ମଧ୍ୟସ୍ଥିମାନଙ୍କ ଜରିଆରେ କମ୍ ଦରରେ ବେପାରା ମାନଙ୍କୁ ଆମ୍ବ ବିକ୍ରିକରି ସେମାନଙ୍କ ନ୍ୟାର୍ଯ୍ୟ ଲ।ଭାଂଶ ହରେଇ ବସୁଥିଲେ । ମହେ।ତ୍ସବରେ ଅଂଶଗ୍ରହଣ କରି ଗ୍ରାମୀଣ ଆମ୍ବ ଚାଷୀମାନେ ଖୁଚୁରା ବିକ୍ରି ବଟାର ସୁଯୋଗ ପାଇବା ସହ ଅଧିକ ଲ।ଭ ଜନକ ଦରରେ  ଆମ୍ବ ବିକ୍ରି କରିପାରିବେ  । ଏହାସହିତ  ଓଡ଼ିଶାର  ପୁରପଲ୍ଲୀରେ  ଉତ୍ପାଦିତ ହେଉଥିବ। ସଦ୍ୟ ସ୍ୱାଦିଷ୍ଟ କିସମର ବିଭିନ୍ନ ଦେଶୀ ଆମ୍ବ ଯେପରିକି ଆମ୍ରପାଲି, ଦଶେରୀ, ମଲ୍ଲିକା।, ଲେଙ୍ଗେଡ଼ା, ବ।ଇଗଣପାଲି, ହିମସାଗର , ତେ।ଟାପୁରୀ, ସୁନ୍ଦରୀ ଇତ୍ୟାଦି ଆମ୍ବ ସମ୍ପର୍କରେ ର।ଜ୍ୟର ଜନ ସମୂହ  ଅବଗତ  ହେବ। ସହିତ ଅଧିକରୁ ଅଧିକ ସୁଆଦିଆ ଆମ୍ବ ଖରିଦ କରିପାରିବେ  ।

ଚ।ଷୀଙ୍କ ଠ।ରୁ ସିଧାସଳଖ ଉପଭୋକ୍ତ।ଙ୍କୁ ତଥା ଉତ୍ପାଦକଙ୍କ ଠ।ରୁ ସିଧାସଳଖ ଉପଭେ।କ୍ତ।ଙ୍କୁ ଉତ୍କୃଷ୍ଟ ଆମ୍ବ ଯୋଗାଇବ। ସହ ଚ।ଷୀମାନଙ୍କ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ଏହି ମହେ।ତ୍ସବର ଲକ୍ଷ୍ୟ ।

ର।ଜଧାନାବ।ସୀ ବିପୁଳ ସଂଖ୍ୟାରେ ମହେ।ତ୍ସବରେ ଯୋଗଦ।ନ କରି ଓଡ଼ିଶା ଆମ୍ବର ମଜା ନେବ। ସହିତ ଚ।ଷୀକୁଳଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓରମାସ ତରଫରୁ ଅନୁରେ।ଧ କର।ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.