Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ରାଜ୍ୟ ଯୋଜନା ବୋର୍ଡ ବୈଠକ: ସମନ୍ୱିତ ଯୋଜନା ପ୍ରସ୍ତୁତି ଉପରେ ମାନସ ମନ୍ଥନ, ସବୁ ବିଭାଗର ଅଧିକାରୀଙ୍କୁ ୭ଦିନ ଭିତରେ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ

9/06/2020 at 8:52 PM

ଭୁବନେଶ୍ୱର, ୦୯|୦୬:  ରାଜ୍ୟର ଅର୍ଥନୀତିକୁ  ଗତିଶୀଳ କରିବାକୁ ସମସ୍ତଙ୍କ ମତାମତ ନିଆଯାଇଛି। ରାଜ୍ୟର ସମସ୍ୟା ଓ ଆହ୍ୱାନ ବଦଳି ଯାଇଛି। ପ୍ରବାସୀ  ଶ୍ରମିକ,କୃଷି,ଜଳସମ୍ପଦ ପରି ବିଭିନ୍ନ ବିଭାଗ  ଯୋଜନା  ପ୍ରସ୍ତୁତ କରୁଥିବା ବେଳେ ସବୁ ବିଭାଗ ମିଶାଇ କିପରି ସମନ୍ୱିତ ଯୋଜନା ପ୍ରସ୍ତୁତ ହୋଇପାରିବ ବୋଲି ଯୋଜନା ବୋର୍ଡ ବୈଠକ ପରେ ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସବର୍ମା ସୂଚନା ଦେଉଛନ୍ତି ।

ରାଜ୍ୟ ଯୋଜନା ବୋର୍ଡ଼ର ଗୁରୁତ୍ବପୁର୍ଣ୍ଣ ବୈଠକ ମଙ୍ଗଳବାର ଲୋକସେବା ଭାବନ ଠାରେ ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏବଂ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ୧୩ଟି ବିଭାଗର ପ୍ରମୁଖ ଶାସନ ସଚିବମାନେ ଯୋଗଦେଇଥିଲେ। କୃଷି, ଗୃହ ଓ ନଗର ଉନ୍ନୟନ, ଶିଳ୍ପ ଓ ଶ୍ରମ,ଏମଏସଏମଇ, ପଞ୍ଚାୟତରାଜ, ଜଳସମ୍ପଦ, ମହିଳା ଓ ଶିଶୁକଲ୍ୟାଣ, ସମବାୟ, ମତ୍ସ୍ୟ ଓ ପଶୁପଳନ, ପର୍ଯ୍ୟଟନ ଏବଂ ଏସଟି ଏବଂ ଏସି ବିଭାଗର ସଚିବମାନେ ଏହି ବୈଠକରେ ସାମିଲ ହୋଇଥିଲେ।

ବୈଠକ ପରେ ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ସବୁ ବିଭାଗ ଅଧିକାରୀଙ୍କୁ କୁହାଯାଇଛି ୭ ଦିନ ଭିତରେ ସେମାନଙ୍କ ପ୍ରସ୍ତାଵ ଦେବାକୁ। ଯେଉଁମାନେ ଯୋଜନା ପ୍ରସ୍ତୁତ କରିଛନ୍ତି ତାଙ୍କ ପରାମର୍ଶ ନିଆଯିବ। ୭ ଦିନ ମଧ୍ୟରେ ସମସ୍ତ ବିଭାଗର ରିପୋର୍ଟ ଆସିବା ପରେ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଡେଭଲପମେଣ୍ଟ ଷ୍ଟଡିଜକୁ  ରିପୋର୍ଟ ପ୍ରସ୍ତୁତ ପାଇଁ ଦିଆଯିବ । କିପରି ଆର୍ଥିକ ଅବସ୍ଥା ସୁଦୃଢ ହେବ ସେନେଇ ପ୍ରସ୍ତାଵ ଆସିବା ପରେ  ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ। । ଅଧିକରୁ ଅଧିକ ବିଭିନ୍ନ ବିଭାଗରେ ଶ୍ରମ ଦିବସ ସୃଷ୍ଟି ସହ  ସ୍ଥାନୀୟ ଅଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି ।

   Related Posts