କେନ୍ଦ୍ରର ଯୋଜନାକୁ ଏବେ ଆପଣାଇଲେଣି ରାଜ୍ୟସରକାର – ବିରୋଧୀ ସମାଲୋଚନା

Published By : Prameya-News7 Bureau | December 07, 2019 IST

ଭୁବନେଶ୍ୱର ୦୭।୧୨ - କେନ୍ଦ୍ର ସହାୟତା ବିନା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଅନେକ ଲୋକ କଲ୍ୟାଣ ଯୋଜନା । କେନ୍ଦ୍ରର ଏହିପରି ଯୋଜନା ଥିଲେ ବି ରାଜ୍ୟସରକାର ସେ ସବୁକୁ ଓଡିଶାରେ ଲାଗୁ ପାଇଁ ଆଗ୍ରହ ଦେଖାଉ ନଥିଲେ । ହେଲେ ଏବେ ସ୍ଥିତି ବଦଳିଛି । କାଳିଆ ଯୋଜନା ସତ୍ବେ କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନା ଆପଣାଇଛି ରାଜ୍ୟ । ସେମିତି ଆୟୁଷ୍ମାନ ଯୋଜନାରେ କେନ୍ଦ୍ରଠୁ ସହାୟତା ନେଇଥିବା ବେଳେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ରାଜ୍ୟର ହିତାଧିକାରୀଙ୍କୁ ସାମିଲ କରିଛନ୍ତି । ମୋଟାମୋଟି କହିବାକୁ ଗଲେ ରାଜ୍ୟସରକାରଙ୍କ ନିର୍ବାଚନ ପୂର୍ବର ମେଗା ଯୋଜନା ଏବେ କେନ୍ଦ୍ରୀୟ ସହାୟତାରେ ଚାଲିବ ।

{"id":195085,"sizeSlug":"large"}

ପିଏମ- କିଷାନ ଯୋଜନା ଓ କାଳିଆ ମିଶିଲା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଥାଇବି ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାର ଦୁଇଟି ଉପଯୋଜନାକୁ ସହାୟତା ନେଲେ । ମହିଳା ମାନଙ୍କ ପାଇଁ ରାଜ୍ୟର ମମତା ଯୋଜନା ଥିବାରୁ କେନ୍ଦ୍ରର ମାତୃବନ୍ଦନା ଯୋଜନାକୁ ମନା କରୁଥିଲେ । ହେଲେ ଏବେ ଏହି ଯୋଜନାରୁ ଅର୍ଥ ନେଉଛନ୍ତି ସରକାର । କେନ୍ଦ୍ରସରକାରଙ୍କ ଉତ୍ତର କହୁଛି ଓଡିଶାରୁ ୭ ମହିଳା ଏହି ଯୋଜନାରେ ସାମିଲ ହୋଇଛନ୍ତି । ରାଜ୍ୟସରକାର ନିଜର ଖାଦ୍ୟସୁରକ୍ଷା ଯୋଜନାକୁ ଗୁରୁତ୍ବ ଦେଉଥିଲେ । ହେଲେ ଏବେ ସଂଖ୍ୟା କହୁଛି ଜାତୀୟ ଖାଦ୍ୟ ସୁରକ୍ଷାରେ ରାଜ୍ୟର ୩.୩୪ କୋଟି ହିତାଧିକାରୀଙ୍କୁ ସାମିଲ କରାଯାଇଛି । ରାଜ୍ୟର ହିତାଧିକାରୀ ସଂଖ୍ୟା ୧୨.୭୦ ଲକ୍ଷକୁ କମାଇଛନ୍ତି ସରକାର । ଏହି ଯୋଜନାରେ ଟଙ୍କାକରେ କିଲେ ଚାଉଳ ମିଳୁଛି । ସେମିତି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ବି କୋଲେଇବାକୁ ରାଜ୍ୟସରକାର ମୋଡାଲିଟି ଫିକ୍ସି କରୁଥିବା ସୂଚନା ମିଳୁଛି । ସେପଟେ ସରକାରଙ୍କ ଏଭଳି ନୀତିକୁ ଦେଖି ବିରୋଧୀ  କହିଛନ୍ତି କେବଳ ନିର୍ବାଚନକୁ ଆଖିରେ ରଖି ରାଜ୍ୟସରକାର ଲୋକକଲ୍ୟାଣ ନାଁରେ ଯୋଜନା ଘୋଷଣା କଲେ । ହେଲେ ଏବେ ପାଖରେ ଅର୍ଥ ନଥିବାରୁ କେନ୍ଦ୍ରର ଯେଉଁ ସବୁ ଯୋଜନାର ଖିଅ କାଢୁଥିଲେ ସେ ସବୁ ଆପଣାଇଲେଣି । ଏହା ଲୋକଙ୍କୁ ଠକିବା ଭଳି ।

{"id":195086,"sizeSlug":"large"}

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ, ମମତା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା କରିଥିଲେ । କେନ୍ଦ୍ର ସରକାର ଅନୁରୂପ ଭାବେ ଏହିଭଳି ଯୋଜନା ଘୋଷଣା କରିଥିଲେ ବି ରାଜ୍ୟ ସରକାର ଓଡିଶାରେ ତାକୁ ଲାଗୁ କରୁନଥିଲେ । ହେଲେ ଏବେ ନିର୍ବାଚନ ପରେ ସ୍ଥିତି ବଦଳିଛି । କେନ୍ଦ୍ରର ଯୋଜନାକୁ ଏବେ ଆପଣାଇଲେଣି ରାଜ୍ୟସରକାର । ବିରୋଧୀ ଏହାକୁ ସମାଲୋଚନା କରୁଥିବାବେଳେ ଜବାବ ରଖିଛି ବିଜେଡି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ମିଶିବା ପରେ ଏହି ସବୁ ଯୋଜନା ଉଭୟ ସରକାରଙ୍କ ଅନୁଦାନରେ ଚାଲିବ । ଫଳରେ ରାଜ୍ୟ ସରକାରଙ୍କ ରାଜକୋଷରେ ଅର୍ଥ ବରାଦ କମିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.