ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ କଂଗ୍ରେସ ବିଧାୟକ, ବିଧାନସଭାରେ ମନ୍ତ୍ରୀଙ୍କ ତଥ୍ୟରେ ଦୁଷ୍କର୍ମ ଓ ନାରୀ ନିର୍ଯାତନା ବଢ଼ିଛି

Published By : Prameya-News7 Bureau | September 06, 2021 IST

ଭୁବନେଶ୍ୱର, ୦୬/୦୯: ରାଜ୍ୟରେ ଦୁଷ୍କର୍ମ, ନାବାଳିକା ଅସଦାଚରଣ, ହତ୍ୟା, ଯୌତୁକ ଜନିତ ହତ୍ୟା ଓ ମହିଳା ନିର୍ଯ୍ୟାତନା ବଢ଼ିବାରେ ଲାଗିଛି । ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି । ୨୦୧୯ ରେ ୨୯୫୦ ଦୁଷ୍କର୍ମ ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ବଢି ୨୯୮୪ରେ ପହଁଚିଛି । ୨୦୨୧ ମସିହା ଜୁନ ସୁଦ୍ଧା ୧୫୬୩ ମାମଲା ସାମ୍ନାକୁ ଆସିଲାଣି । ସେହିପରି ୨୦୧୯ରେ ନାବାଳିକା ଦୁଷ୍କର୍ମ ୧୬୩୫ ରହିଥିଲା । ୨୦୨୦ରେ ୧୬୪୬ଟି ଦୁଷ୍କର୍ମ ହୋଇଥିବା ବେଳେ ୨୦୨୧ ଜୁନ ସୁଦ୍ଧା ୭୮୬ଟି ମାମଲା ସାମ୍ନାକୁ ଆସିଛି ।

ସେହିପରି ୨୦୧୯ରେ ୧୩୫୬ଟି ହତ୍ୟା ମାମଲା ଆସିଥିଲା । ୨୦୨୦୨ରେ ୧୪୭୦ଟି ମାମଲା ଆସିଥିବା ବେଳେ ୨୦୨୧ ଜୁନ ସୁଦ୍ଧା ୭୮୨ଟି ମାମଲା ସାମ୍ନାକୁ ଆସିଛି । ଏଥି ସହିତ ଯୌତୁକ ଜନୀତ ହତ୍ୟା ମଧ୍ୟ ବଢ଼ିଛି । ୨୦୧୯ରେ ଯୌତୁକ ଜନିତ ହତ୍ୟା ୨୭୮ ରହିଥିଲା । ୨୦୨୦୨ରେ ଏହା ୩୧୧କୁ ବୃଦ୍ଧି ପାଇଥିବା ବେଳେ ୨୦୨୧ ଜୁନ ସୁଦ୍ଧା ୧୮୪ଟି ମାମଲା ସାମ୍ନାକୁ ଆସିଛି । ଆଉ ଯୌତୁକ ଜନିତ ନିର୍ଯ୍ୟାତନା ୨୦୧୯-୨୦ ମସିହାରେ ପାଖାପାଖି ସମାନ ଅଛି । ୨୦୨୧ ଜୁନ ସୁଦ୍ଧା ୨୨୯ କେସ ସାମ୍ନାକୁ ଆସିଛି ।

ଅନ୍ୟପଟେ ଯୌନ ଉତ୍ପଡ଼ିନରେ ୨୦୧୯ ମସିହାରେ ୬୮୪୮ଟି ମାମଲା ଦାଏର ହୋଇଥିଲା । ୨୦୨୦ରେ ଏହା ୭୯୩୭କୁ ବୃଦ୍ଧି ପାଇଥିବା ବେଳେ ୨୦୨୧ ଜୁନ ସୁଦ୍ଧା ୪୯୪୯୪ଟି ମାମଲା ସାମ୍ନାକୁ ଆସିଛି । ସେହିପରି ଏସିଡ଼ ଆଟାକ୍‌ ଫଳରେ ୨୦୧୯ରେ ୩ ଜଣ, ୨୦୨୦୨ ରେ ୬ ଜଣ ଆଉ ୨୦୨୧ ଜୁନ ସୁଦ୍ଧା ୧ଟି କେସ ସାମ୍ନାକୁ ଆସିଥିବା ମନ୍ତ୍ରୀ ରଖିଥିବା ତଥ୍ୟରୁ ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.