ଘାତକ କୀଟନାଶକ ପାରାକ୍ବେଟ ନିଷେଧ କରିବାକୁ ପ୍ରକ୍ରିୟା ଆରମ୍ଭ, ବୁର୍ଲା ଭିମ୍ସାର ଅଧୀକ୍ଷକଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଚିଠି
21/09/2019 at 1:10 PM

ସମ୍ବଲପୁର ୨୧।୯: ନ୍ୟୁଜ ସେଭେନର ପ୍ରଭାବ । ଘାତକ କୀଟନାଶକ ପାରାକ୍ବେଟ ନିଷେଧ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର । ସାଂଘାତିକ କୀଟନାଶକ ପ୍ରଭାବରେ ରାଜ୍ୟରେ ଅନେକ ଚାଷୀଙ୍କର ମୃତ୍ୟୁ ହେଉଥିବା ବେଳେ ଏବେ ବି ଅନେକ ସ୍ବାସ୍ଥ୍ୟାବସ୍ଥା ଖରାପ ଅଛି । ଏନେଇ ନ୍ୟୁଜ ସେଭେନରେ ବାରମ୍ବାର ଖବର ପ୍ରସାରଣ ହେବା ସହ ଏଭଳି ଘାତକ କୀଟନାଶକକୁ ରାଜ୍ୟରେ ବ୍ୟାନ୍ କରିବାକୁ ଅପିଲ ବି କରିଥିଲା ନ୍ୟୁଜ ସେଭେନ ।
ତେବେ ରାଜ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବୁର୍ଲା ଭିମସାର ଅଧୀକ୍ଷକଙ୍କୁ ଏ ସମ୍ପର୍କରେ ଚିଠି ଲେଖାଯାଇଛି । ଚିଠିରେ ଗତ ୨ବର୍ଷ ମଧ୍ୟରେ ପାରାକ୍ବେଟ କୀଟନାଶକ ପ୍ରଭାବରେ କେତେ ଜଣଙ୍କର ମୃତ୍ୟୁ ହୋଇଛି, କେତେଜଣ ଅସୁସ୍ଥ ଅଛନ୍ତି ତାର ତଥ୍ୟ ଦେବାକୁ ଚିଠିରେ କୁହାଯାଇଛି ।
Related Posts
୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
2 March 2021
୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
2 March 2021
ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ, ୪୦ରୁ ଅଧିକ ଗାଈ ଉଦ୍ଧାର
2 March 2021