Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ରାଜ୍ୟ ସ୍ୱାସ୍ଥ୍ୟସେବାରେ ଗୁରୁତର ସଂକଟ ସୃଷ୍ଟି କରିଛି କରୋନା, ହୋଇପାରୁନି ରକ୍ତଦାନ ଶିବିର

11/04/2020 at 3:11 PM

ଭୁବନେଶ୍ୱର ୧୧।୪: କୋଭିଡ୍-୧୯ ମହାମାରୀ ସାରା ବିଶ୍ୱଲାଗି କେବଳ ସ୍ୱାସ୍ଥ୍ୟଗତ ବିପଦ ସୃଷ୍ଟି କରିଛି ତାହା ନୁହେଁ ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ମଧ୍ୟ ଗୁରୁତର ସଙ୍କଟ ଭାବେ ଉଭା ହୋଇଛି। ଦେଶରେ କରୋନା ସଂକ୍ରମଣ ପରଠାରୁ ରକ୍ତଦାନ ଅଭିଯାନ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟରେ ରକ୍ତ ସଂଗ୍ରହ ହାର ମଧ୍ୟ ଗୁରୁତର ହ୍ରାସ ହୋଇଛି।

ରାଜ୍ୟରେ ରକ୍ତ ଆବଶ୍ୟକତାର ଅନୁନ୍ୟ ୫୦ ପ୍ରତିଶତ ସ୍ୱେଛାକୃତ ରକ୍ତଦାନ ଅଭିଯାନରୁ ସଂଗ୍ରୁହିତ ହୋଇଥାଏ। ତେବେ କୋରନା ଯୋଗୁ ସାମାଜିକ ଦୂରତା ଅବଲମ୍ବନ କରାଯାଉଥିବାରୁ ଏଭଳି ରକ୍ତଦାନ ଶିବିର ଆୟୋଜନରେ ଏବେ ବାଧା ଉପୁଜିଛି। ଭୂତାଣୁ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ଲାଗି ଲକଡାଉନ ଜାରି ହୋଇଥିବାରୁ ରକ୍ତ ସଂଗ୍ରହ ସମ୍ଭବ ହୋଇପାରୁନି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ଅନୁସାରେ ରାଜ୍ୟ ଜନସଂଖ୍ୟାର ୧ ପ୍ରତିଶତ ଲୋକେ ପ୍ରତିବର୍ଷ ରକ୍ତଦାନ କରିବା ଉଚିତ। ରାଜ୍ୟର ମୋଟ ଜନସଂଖ୍ୟା ୪.୨କୋଟି ହୋଇଥିବା ବେଳେ ୪.୨ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରୁହିତ ହେବା କଥା। ଏହି ସଂଗ୍ରୁହିତ ରକ୍ତ ବିଶେଷ କରି ଥାଲସେମିଆ, କର୍କଟ, ଡେଙ୍ଗୁ, ରକ୍ତ ହୀନତା ଓ ସଡକ ଦୁର୍ଘଟଣା ଜନିତ ଆହତ ଲୋକଙ୍କ ଆବଶ୍ୟକତା ପୂରଣରେ ସହାୟକ ହୋଇଥାଏ।

ରାଜ୍ୟରେ ସାଧାରଣତଃ ମାର୍ଚ୍ଚରୁ ଜୁନ ମାସ ପର୍ଯ୍ୟନ୍ତ ରକ୍ତ ସଂଗ୍ରହ ହାର ହ୍ରାସ ହୋଇଥାଏ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଏଭଳି ପରିସ୍ଥିତି ଉପୁଜୁଥିଲେ ହେଁ କାଁଭାଁ ଶିବିର ଆୟୋଜନ କରି ରକ୍ତ ଆବଶ୍ୟକତା ପୁରଣ କରାଯାଇଥାଏ। ହେଲେ ଚଳିତବର୍ଷ କଥା କିନ୍ତୁ ଭିନ୍ନ। କରୋନା ଭାଇରସ ସଂକ୍ରମଣ ଭୟରେ ସରକାର ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଥିବାରୁ ରକ୍ତ ସଂଗ୍ରହ ହାର ହ୍ରାସ ହୋଇଛି। ଯାହା ରାଜ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁରୁତର ପରସ୍ଥିତି ସୃଷ୍ଟି କରିଛି।

ଏଥିରେ ରକ୍ତଦାନ ଶିବିର ଯଦି ଆୟୋଜନ ନ ହେବ ତେବେ ରକ୍ତ ସଂଗ୍ରହ କେଉଁଠାରୁ ହେବ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ରକ୍ତଦାନ ପରିଷଦର ଜନୈକ ଅଧିକାରୀ। ରାଜ୍ୟରେ ରକ୍ତ ସଂଗ୍ରହ ଲାଗି ରକ୍ତଦାନ ଶିବିର ଏକମାତ୍ର ଉପାୟ। ମୋଟ ରକ୍ତ ଆବଶ୍ୟକତାର ୫୦ ପ୍ରତିଶତ କେବଳ ଏଭଳି ଶିବରମାନଙ୍କରୁ ସଂଗ୍ରୁହିତ ହୋଇଥାଏ। ତେବେ ଲକଡାଉନ୍‌ ଜାରି ରହିଲେ ଶିବିର କିପରି ଅନୁଷ୍ଠିତ ହେବ ବୋଲି ପ୍ରଶ୍ନ କରିଛନ୍ତି ଅଧିକାରୀ।

ତେବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋକର ଦାସଙ୍କୁ ଏ ସମ୍ପର୍କରେ ପଚରା ଯିବାରେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କହିଛନ୍ତି। ଉପୁଜିଥିବା ପରିସ୍ଥିତିରେ ବ୍ଲଡ ବ୍ୟାଙ୍କମାନଙ୍କୁ କେବଳ ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟର ରକ୍ତ ଆବଶ୍ୟକତା ପୂରଣ ଲାଗି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୨୦୧୫ ମସିହାରୁ ରାଜ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଚଳାଯାଇଛି। ତେବେ ତାହା ମଧ୍ୟ ଏବେ କରୋନା ଲାଗି ବନ୍ଦ ହୋଇଯାଇଛି। ତେବେ ଆବଶ୍ୟକ ସ୍ୱଚ୍ଛତା ଏ ସାମାଜିକ ଦୂରତା ରଖି ଏବେ ରାଜ୍ୟରେ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହେବ ବୋଲି ଜୀବନବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ବିଜୟ ନାୟକ କହିଛନ୍ତି।   

   Related Posts