ରାଜ୍ୟରେ ଲକ୍ଷ୍ୟ ଧାର୍ଯ୍ୟଠାରୁ ଅଧିକ ଟିକାକରଣ ହୋଇଛି : ପରିବାର କଲ୍ୟାଣ ନିର୍ଦ୍ଦେଶକ

Published By : Prameya-News7 Bureau | July 06, 2021 IST

ଭୁବନେଶ୍ବର ୬।୭: ରାଜ୍ୟରେ ସୋମବାର ୧୭୩୫ ଟିକାକରଣ କେନ୍ଦ୍ରରେ ଟିକାଦାନ ହୋଇଛି । ଆଗରୁ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ଥିଲା । ମାତ୍ର ସୋମବାର ଲକ୍ଷ୍ୟ ଧାର୍ଯ୍ୟଠୁ ଅଧିକ ଟିକାକରଣ ହୋଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସୋମବାର ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧ କୋଟି ୨୪ ଲକ୍ଷ ୯୧ ହଜାର ୮୫୭ ଟିକାକରଣ ହୋଇଛି । ୧୬୫୭ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ଚାଲିଛି । ୪ରୁ ୫ମାସ ମଧ୍ୟରେ ଆମେ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଶେଷ ହେବ ।

ଟିକାକରଣ କେନ୍ଦ୍ରରେ ଭିଡ ହେବାର କାରଣ ହେଉଛି ବର୍ତ୍ତମାନ ଲୋକମାନେ ଟିକା ନେବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଅନସାଇଟ୍ ଉପରେ ଲୋକମାନେ ଅଧିକ ଟିକା ନେବାକୁ ଆସୁଥିବାରୁ ଭିଡ ହେଉଛି।

ଗର୍ଭବତୀ ମହିଳାମାନଙ୍କ ଟିକାକରଣ ପାଇଁ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟର ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହାପରେ ଜିଲ୍ଲାଗୁଡିକର ଅଧିକାରୀଙ୍କୁ ବି ସାମିଲ କରାଯିବ । ଯେତେ ଶୀଘ୍ର ସମ୍ଭବ ଏହା ଆରମ୍ଭ ହେବ । ଗର୍ଭବତୀ ମହିଳାମାନଙ୍କୁ ଯେମିତି ବେଶୀ ସମୟ ଅପେକ୍ଷା କରିବାକୁ ପଡିବନି ତାହା ଉପରେ ଦୃଷ୍ଟି ଦିଆଯିବ ।

ଜିଲ୍ଲାସ୍ତରରେ କୋଭିଡ୍ ଡେଥ୍ ଅଡିଟ୍ ଟିମ୍ ଅଛି । ସେମାନେ ଜିଲ୍ଲାସ୍ତରରେ ଅଡିଟ୍ କରିବା ପରେ ରିପୋର୍ଟ ଦେଉଛନ୍ତି । ରାଜ୍ୟସ୍ତରକୁ ଏହି ରିପୋର୍ଟ ଆସିବ ପରେ ଘୋଷଣା କରାଯାଉଛି । ବର୍ତ୍ତମାନ ରାଜ୍ୟର ଯେଉଁ ମୃତ୍ୟୁ ହେଉଛି ତାହା ପୂର୍ବ ଦିନର ଡେଥ୍ ରିପୋର୍ଟ । ଅଡିଟ୍ ନ ହେବା ଯାଏଁ କହି ହେବନି କେମିତି ଡେଥ୍ ହୋଇଛି । ଆଜି ଡେଥ୍ ହେଲା ଆଜି ହିଁ ଘୋଷଣା କରିବା ସମ୍ଭବ ନୁହେଁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.