ରାଜ୍ୟ ସରକାର ଆରମ୍ଭ କରିବେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା

Published By : Prameya-News7 Bureau | July 28, 2018 IST

ଭୁବନେଶ୍ବର ୨୮/୭ : ଅକ୍ଟୋବର ୨ରୁ କାର୍ଯ୍ୟକାରୀ ହେବ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିବାପରେ ବିରୋଧୀମାନେ ମସାଲୋଚନା କରିଛନ୍ତି । ଏହି ଯୋଜନାରେ ରାଜ୍ୟ ସରକାର ହିତାଧିକାରୀଙ୍କୁ ୧ ଟଙ୍କାରେ ଯୋଗାଇବେ ଖାଦ୍ୟ ଶସ୍ୟ । କେନ୍ଦ୍ରର ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡ଼ିଥିବା ଲୋକେ ହେବେ ଉପକୃତ । କିନ୍ତୁ ସରକାରଙ୍କ ଏହି ଯୋଜନା ନେଇ ନେଇ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ‘ନିର୍ବାଚନକୁ ଆଖି ଆଗରେ ରଖି ବ୍ୟବସ୍ଥା କରାଯାଇଛି’। ହିତାଧିକାରୀ କେଉଁ ଆଧାରରେ ବାଛିଲେ ରାଜ୍ୟ ସରକାର ବୋଲି ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।ସେହି ଭଳି ବିଜେପି ମଧ୍ୟ ଯୋଜନା ନେଇ ପ୍ରଶ୍ନ ଉଠାଇଛି । ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେଡି ଏହା ଯଦି ଗୋଷଣା କରିଥିଲା ତାହେଲେ ‘ଆଜି ପର୍ଯ୍ୟନ୍ତ କେଉଁଠି ଥିଲେ ସରକାର’ବୋଲି ପ୍ରଶ୍ନ କରିଛି ବିଜେପି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର େହାର ଜବାବ ରଖିଛନ୍ତି । ସେ କହିଛନ୍ତି ‘ଦେଇଥିବା ପ୍ରତିଶ୍ରୁତି ପାଳନ କରିଛୁ’।NFSAରୁ ବାଦ୍ ଲୋକଙ୍କୁ ସାମିଲ ପାଇଁ ରାଜ୍ୟ ଦାବି କରିଆସିଛି। ‘ହେଲେ କେନ୍ଦ୍ର ସେଥିପ୍ରତି ଦୃଷ୍ଟି ଦେଇନି’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.