ଶସ୍ତାରେ ପିଆଜ ବିକ୍ରି କରିବେ ରାଜ୍ୟ ସରକାର
6/11/2019 at 6:25 PM

ଭୁବନେଶ୍ୱର- ଗତ କିଛି ମାସ ହେବ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି । ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ପିଆଜ ଫସଲ କ୍ଷତିଗ୍ରସ୍ତ ହୋଇଛି । ଦକ୍ଷିଣ ଭାରତରେ ମଧ୍ୟ ପିଆଜ ଫସଲ ବର୍ଷା ଯୋଗୁଁ ଭଲ ହୋଇ ନାହିଁ । ଏଥିପାଇଁ ପିଆଜ ଦର ୬୦ରୁ ୭୦ ହେଲାଣି । ବାତ୍ୟା ଯୋଗୁଁ ଅନେକ ଦୋକାନୀ ପିଆଜ ଦର ବୃଦ୍ଧି କରିଛନ୍ତି ।
ପିଆଜ ଦର ନିୟନ୍ତ୍ରଣ କରିବାପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି । ଏଥିପାଇଁ ଯୋଗାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତ ପ୍ରକାଶ ପାଇଛି। ପିଆଜକୁ ବେଆଇନ ଭାବେ ଗଚ୍ଛିତ କରିଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ ସୂଚନା ଦିଆଯାଇଛି ।
ସେହିପରି ପିଆଜ ଦର ହ୍ରାସ ପାଇବା ପର୍ଯ୍ୟନ୍ତ ରାଜ୍ୟ ସରକାର ସରକାରୀ କଣ୍ଟ୍ରୋଲ ଦୋକାନ ବା ଫେୟାର ପ୍ରାଇସ୍ ସପ୍ ଓ ମଇତ୍ରୀ ଆଉଟ୍ଲେଟ୍ମାନଙ୍କରରେ ବିନା ଲାଭରେ ପିଆଜ ବିକ୍ରି କରିବେ । ହିତାଧିକାରୀମାନେ ଏଠାରୁ କମ୍ ଦାମ୍ରେ ପିଆଜ କିଣିପାରିବେ ।