ଚୁକ୍ତି ଭିତ୍ତିକ ଡାକ୍ତରଙ୍କ ବୟସସୀମା ବୃଦ୍ଧି କରିବେ ରାଜ୍ୟ ସରକାର

Published By : Prameya-News7 Bureau | June 20, 2019 IST

ଭୁବନେଶ୍ବର ୨୦|୬:  ରାଜ୍ୟର ସରକାରୀ ଡାକ୍ତରଖାନାଗୁଡିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ବୟସ ସୀମା ୬୮ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି ପାଇବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି। ରାଜ୍ୟରେ ଡାକ୍ତରଙ୍କ ଅଭାବ ପୂରଣ ପାଇଁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି ।

ପୂର୍ବରୁ ସରକାରୀ ଡାକ୍ତରଙ୍କ ଅବସର ଗ୍ରହଣ ବୟସ ସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରାଯାଇଥିଲା। ରାଜ୍ୟର ମେଡିକାଲ କଲେଜମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଡାକ୍ତରଙ୍କ ବୟସ ସୀମା ୬୫ ବର୍ଷକୁ ବଢାଯାଇଥିଲା।

କେଉଁ ଜିଲ୍ଲାରେ କେତେ ଡାକ୍ତର ପଦବୀ ଖାଲି ପଡିଛି ତାହାର ରିପୋର୍ଟ ଦେବାକୁ ସିଡିଏମଓ ସମ୍ମିଳନୀରେ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ଏନେଇ ସବିଶେଷ ରିପୋର୍ଟ ପ୍ରଦାନ କରିବାକୁ ସମ୍ମିଳନୀରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.