Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପିଲାଙ୍କୁ ମିଳିବ ମାସିକ ୫,୦୦୦ ଟଙ୍କା ପେନସନ୍‌​‌

13/05/2021 at 8:28 PM

ଭୋପାଳ ୧୩/୫: କରୋନରେ ପ୍ରଭାବିତ ପରିବାର ପାଇଁ ମଧ୍ୟପ୍ରଦେଶ ସରକାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟର କୌଣସି ପିଲାଙ୍କ ବାପା କରୋନାରେ ମୃତ୍ୟୁବରଣ କରିଥିଲେ ଏବଂ ପରିବାରରେ କେହି ରୋଜଗାରକ୍ଷମ ନଥଲେ ମାସିକ ୫,୦୦୦ ଟଙ୍କା ଲେଖାଁଏ ପେନସନ୍‌ ଦିଆଯିବ। ଏହି ଭଳି ପିଲାଙ୍କୁ ମାଗଣା ଶିକ୍ଷା ଦିଆଯିବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ।

ଏହା ସହ ସେ କହିଛନ୍ତି, ‘ଯୋଗ୍ୟତା ନଥିଲେ ବି ଏହି ପରିବାରକୁ ମଗଣା ରାସନ ଦିଆଯିବ । ଯଦି ଏଭଳି ପରିବାରର ସ୍ବାମୀଙ୍କ ଦେହାନ୍ତ ହୋଇଛି ଏବଂ ସ୍ତ୍ରୀ କିଛି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ବିନା ସୁଧରେ ସରକାରୀ ଗ୍ୟାରେଣ୍ଟିରେ ଋଣ ମିଳିବ।’

ଦେଶରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଉଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୮୧୬ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଥିବା ବେଳେ କର୍ଣ୍ଣାଟକରେ ୫୧୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଉତ୍ତରପ୍ରଦେଶରେ ୩୨୬, ଦିଲ୍ଲୀରେ ୩୦୦, ତାମିଲନାଡୁରେ ୨୯୩, ପଞ୍ଜାବରେ ୧୯୩, ହରିୟାଣାରେ ୧୬୫, ରାଜସ୍ଥାନରେ ୧୬୪, ଛତିଶଗଡ଼ରେ ୧୫୩, ପଞ୍ଚିମବଙ୍ଗରେ ୧୩୫, ଉତ୍ତରାଖଣ୍ଡରେ ୧୦୯ ଏବଂ ଗୁଜୁରାଟରେ ୧୦୨ ଲୋକଙ୍କ ଜୀବନ ନେଇଛି କରୋନା।  

   Related Posts