Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ

14/05/2021 at 6:06 PM

ଭୁବନେଶ୍ଵର ୧୪।୦୫: ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା। ଅକ୍ଷୟ ତୃତୀୟା ଅବସରରେ ଶୁକ୍ରବାର ଚାଷୀଙ୍କ ଖାତାକୁ କାଳିଆ ଟଙ୍କା କିସ୍ତି ଦେଇଛନ୍ତି ରାଜ୍ୟ ସରକାର। ୪୨ ଲକ୍ଷ ଚାଷୀଙ୍କ ଖାତାକୁ ୯୧୦ କୋଟି ଟଙ୍କା ଜମା କରାଯାଇଛି। ଏହା ପୂର୍ବରୁ ଆଜି ସକାଳେ ଚାଷୀଙ୍କ ଖାତାକୁ ପିଏମ କିଷାନ ଟଙ୍କା ଦିଆଯାଇଥିଲା। ଦେଶର ୯.୫ କୋଟି ଚାଷୀଙ୍କ ଖାତାରେ ୧୯ ହଜାର କୋଟି ଟଙ୍କା ପଠାଯାଇଥିଲା। ଏକ ସ୍ୱତନ୍ତ୍ର ଭର୍ଚୁଆଲ ଉତ୍ସବରେ ସହାୟତା ରାଶିକୁ ମୁଖ୍ୟମନ୍ତ୍ରୀ ରାଜ୍ୟର କାଳିଆ ହିତାଧିକାରୀଙ୍କ ଜମାଖାତାକୁ ପଠାଇବାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କାଳିଆ ଯୋଜନା ଚାଷୀଙ୍କ ମୁହଁରେ ହସ ଆଣିଛି। କାଳିଆ ଟଙ୍କା ଚାଷୀଙ୍କ ଋଣଭାର ଲାଘବ କରିଛି। ଚାଷୀଙ୍କ ତ୍ୟାଗର ମୂଲ୍ୟ କହି ଦେ ପାରିବେନି। ରାଜ୍ୟରେ ଚାଷୀ ଭଲରେ ରହୁ ଏବଂ ସେମାନଙ୍କର ରୋଜଗାର ବଢୁ ବୋଲି ମୁଖ୍ୟମନ୍ତ୍ରୀ କହିନ୍ତି।

ଉଲ୍ଳେଖଯୋଗ୍ୟ, ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ଚାଷୀମାନଙ୍କୁ ଖରିଫ ଓ ରବି ଫସଲ ପାଇଁ ସହାୟତା କରିବାକୁ ରାଜ୍ୟ ସରକାର ଅଭିନବ ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ । ଭୋଟ ପୂର୍ବରୁ ଓ ପରେ କାଳିଆକୁ ନେଇ ବିତର୍କ ଲାଗି ରହିଥିଲା ବେଳେ ଶେଷ ଥର ପାଇଁ ଗତ ଫେବ୍ରୁଆରୀ ମାସ ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ‘କାଳିଆ’ ସହାୟତା ବଣ୍ଟନ କରିଥିଲେ । ଏଥିରେ ମୋଟ ୫୩ ଲକ୍ଷ ଚାଷୀ ଲାଭବାନ ହୋଇଥିଲେ। ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହ ୧୬ ଲକ୍ଷ ଭୂମିହୀନଙ୍କ ଆକାଉଣ୍ଟକୁ ୧୨୭୨ କୋଟି ଟଙ୍କା ପଠାଯାଇଥିଲା । ଚାଷୀମାନେ ଚାଷ ପାଇଁ ଉନ୍ନତ ବିହନ, ସାର ଓ ଆନୁଷଙ୍ଗିକ ସାମଗ୍ରୀ କିଣିବାକୁ ସରକାର ଏ ସହାୟତା ଯୋଗାଇ ଦେଉଛନ୍ତି ।

   Related Posts