ଆଇପିଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଦିପ୍ତେଶ୍‌ ପଟ୍ଟନାୟକ ହେଲେ ଜେଲ୍‌ ବିଭାଗ ଆଇଜି

Published By : Prameya-News7 Bureau | June 09, 2021 IST

ଭୁବନେଶ୍ୱର, ୦୯/୦୬: ରାଜ୍ୟର ଆଇନ୍‌ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଦିପ୍ତେଶ୍‌ ପଟ୍ଟନାୟକଙ୍କୁ ଜେଲ୍‌ ବିଭାଗ ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି ।

ସେହିପରି ଆଇପିଏସ୍‌ ଦୀପକ କୁମାରଙ୍କୁ ଉତ୍ତରାଞ୍ଚଳ ଡିଆଇଜି ଭାବେ ବଦିଳି କରାଯାଇଥିବା ବେଳେ, ନରସିଂହ ଭୋଳଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ଭାବେ ନିଯୁକ୍ତ ଦିଆଯାଇଛି । ହିମାଂଶୁ ଲାଲ୍‌ଙ୍କୁ ପୂର୍ବଞ୍ଚଳ ଆଇଜି କରାଯାଇଛି । ସେହିପରି ରାଜ କିଶୋର ପାଇକ୍‌ରାୟ ଦେବଗଡ଼ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ଡି.ପି ତ୍ରିପାଠୀଙ୍କୁ କଟକ ରେଲ୍‌ୱେ ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.