ଓଡିଶାକୁ ପଙ୍ଗପାଳ ଭୟ : ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି, ଜିଲ୍ଲାପାଳ ଓ କୃଷି ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 02, 2020 IST

ଭୁବନେଶ୍ୱର ୦୨/୦୬ : ରାଜ୍ୟ ସରକାରଙ୍କ ପଙ୍ଗପାଳ ଚିନ୍ତା ।ରାଜ୍ୟକୁ ପଙ୍ଗପାଳ ମାଡି ଆସିବା ଆଶଙ୍କା ଦେଖି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତିର ସମୀକ୍ଷା କରିଛନ୍ତି। ପଙ୍ଗପାଳ ଏବେ ଛତିଶଗଡରୁ ମଧ୍ୟପ୍ରଦେଶ ଆଡେ ମୁହାଇଛନ୍ତି। ତେବେ ଏମାନେ ପୁଣି ଓଡିଶା ଆସିବାର ସମ୍ଭାବନା ରହିଛି। ସବୁ ଜିଲ୍ଲାରେ contigency plan ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ….

{"id":280382,"sizeSlug":"large"}

ଓଡିଶାକୁ ପଙ୍ଗପାଳ ଭୟ ଟଳି ନାହିଁ । ପଙ୍ଗପାଳ ପୁଣି ଓଡିଶା ମୁହାଁ ହେବା  ସମ୍ଭାବନା ରହିଛି । ଛତିଶଗଡ କୋରିଆ ଜିଲ୍ଲାରେ ପହଞ୍ଚିଥିବା ପଙ୍ଗପାଳ ଦିଗ ପରିବର୍ତ୍ତନ କରି  ମଧ୍ୟପ୍ରଦେଶ ଆଡେ ମୁହାଁଇଛନ୍ତି । କିନ୍ତୁ ସେମାନେ ପୁଣି ଯେ, ଓଡିଶା ମୁହାଁ ହେବେ ନାହିଁ ସେ କଥା କହିହେବନି । ତେଣୁ ପଙ୍ଗପାଳ ମାନଙ୍କ ଗତି ବିଧି ଦେଖି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସମାବର୍ତ୍ତୀ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର , କୋରାପୁଟ, ରାୟଗଡା, କଲାହାଣ୍ଡି, ନୂଆପଡ଼ା,ଝାରସଗୁଡା,  ସୁନ୍ଦରଗଡ, ବରଗଡ଼ ଜିଲ୍ଲାରେ ପଙ୍ଗପାଳ ଭୟ ଅଧିକ ରହିଛି । ସେଥିପାଇଁ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ,ତେଲେଙ୍ଗାନାକୁ ଲାଗିକରି ଥିବା ଓଡିଶାର  ସୀମାବର୍ତ୍ତି ଜିଲ୍ଲାଗୁଡିକୁ ସତର୍କ କରାଯାଇଛି । ଜିଲ୍ଲାପାଳ ଓ କୃଷି ଅଧିକାରୀ ମାନଙ୍କୁ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାରେ contigency plan ପ୍ରସ୍ତୁତ କରିବା ପାଇଁ କୁହାଯାଇଛି ।

{"id":280383,"sizeSlug":"large"}

ସୀମାନ୍ତ ଜିଲ୍ଲା ନବରଙ୍ଗପୁର, କେନ୍ଦୁଝରରେ  ଦେଖାଯାଉଥିବା ଝିଣ୍ଟିକା ପରି କୀଟ ପଙ୍ଗପାଳ ନୁହଁନ୍ତି  ବୋଲି ସ୍ପଷ୍ଟ କରିଛି କୃଷି ବିଭାଗ । ରାଜ୍ୟରେ  ପଙ୍ଗପାଳ ମୁକାବିଲା ଲାଗି ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପଙ୍ଗପାଳଙ୍କୁ ରୋକିବାକୁ ପର୍ଯ୍ୟାପ୍ତ ପରିମାଣର କେମିକାଲ ମହଜୁତ ରହିଛି। ବଡ଼ ବଡ଼ କେମିକାଲ ସ୍ପ୍ରେ ମେସିନ ପ୍ରସ୍ତୁତ ରଖିବା ପାଇଁ ଅଗ୍ନିଶମ ବିଭାଗକୁ କୁହାଯାଉଛି । ୧୫ ଲକ୍ଷ ଚାଷୀଙ୍କୁ ସଚେତନ କରାଯିବା ସହ  କୃଷି, ଜଙ୍ଗଲ,ଉଦ୍ୟାନ କୃଷି ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ମୁକାବିଲା କରିବାକୁ ଯୋଜନା ହୋଇଥିବା କହିଛନ୍ତି କୃଷି ନିର୍ଦ୍ଦେଶକ ।

{"id":280384,"sizeSlug":"large"}

ତେବେ ପବନର ଦିଗ ପରିବର୍ତ୍ତନ ଓ ବେଗ ଉପରେ ପଙ୍ଗପାଳ କୁଆଡେ ମୁହାଁଇବେ ତାହା ନିର୍ଭର କରୁଛି । କେନ୍ଦ୍ର ସରକାରଙ୍କ ବୈଷୟିକ ଟିମ ପକ୍ଷରୁ ପଙ୍ଗପାଳ ଅବସ୍ଥିତି ଟ୍ରାକ କରୁଛନ୍ତି ।  ଆଉ ମୌସୁମୀବାୟୁ ଆସିଲେ ପଙ୍ଗପାଳ ଭୟ ଦୂରେଇବ ବୋଲି କୁହାଯାଉଛି, ଯାହା ଓଡିଶା ପାଇଁ କିଛି ଟା ଆସ୍ବସ୍ତି ଆଣିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.