ସ୍କୁଲରେ ଗୁଣାତ୍ମକ ଶିକ୍ଷା ସହ ଶିକ୍ଷକ ଅଭାବ ଦୂର କରିବା ପାଇଁ ସରକାରଙ୍କ ନୂଆ ଫଣ୍ଡା: ଏଥର ପିଲା ସ୍କୁଲକୁ ଆସିଲେ ମିଳିବ ଯାତାୟତ ଖର୍ଚ୍ଚ

Published By : Prameya-News7 Bureau | June 22, 2019 IST

ଭୁବନେଶ୍ବର୨୨|୬: ସ୍କୁଲରେ ଗୁଣାତ୍ମକ ଶିକ୍ଷା ସହ ଶିକ୍ଷକ ଅଭାବ ଦୂର କରିବା ପାଇଁ ସରକାରଙ୍କ ନୂଆ ଫଣ୍ଡା ।  ୧୦ ଜଣରୁ କମ ଥିବା ୯୬୬ ସ୍କୁଲକୁ ବନ୍ଦ କରିବା ସହ ଛାତ୍ରଛତ୍ରୀଙ୍କୁ ଦେବେ ଗସ୍ତ ଖର୍ଚ୍ଚ। ସରକାରଙ୍କ ଏଭଳି ନୂଆ ଫଣ୍ଡାକୁ ଅନେକ ସ୍ବାଗତ କରିଛନ୍ତି ।ହେଲେ ଦୁର୍ଗମ ଅଞ୍ଚଳରେ ଏହି ନୀତି ଲାଗୁ ନେଇ ସମସ୍ୟା ସୃଷ୍ଟି ହୋଇପାରେ ।

{"id":125970}

ସ୍କୁଲ ଶିକ୍ଷା ସଜାଡିବାକୁ ରାଜ୍ୟ ସରକାର ତତ୍ପର । ଗୁଣାତ୍ମକ ଶିକ୍ଷା ସହ ସ୍କୁଲରେ ଛାତ୍ରଛତ୍ରୀଙ୍କ ଉପସ୍ଥାନ ବଢ଼ାଇବାକୁ ସରକାରଙ୍କ ନୂଆ ଫଣ୍ଡା । ଏଥର ସ୍କୁଲକୁ ଆସିଲେ ମିଳିବ ଯାତାୟତ ଖର୍ଚ୍ଚ। ପ୍ରଥମେ ସରକାର  ୧୦ଜଣରୁ କମ ଛାତ୍ରଛାତ୍ରୀ ଥିବା  ୯୬୬ଟି ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ବନ୍ଦକରି ସେହି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ୧କିଲୋମିଟର ଭିତରେ ଥିବା ସ୍କୁଲକୁ ସ୍ଥାନନ୍ତର କରିବେ । ସେହି ସ୍କୁଲର ପିଲାଙ୍କ  ଉପସ୍ଥାନ ବଢାଇବାକୁ ସେମାନଙ୍କୁ ଗସ୍ତ ଖର୍ଚ୍ଚ ଦେବେ ସରକାର ।

{"id":125971}

୭୫ପ୍ରତିଶତରୁ ଅଧିକ ଉପସ୍ଥାନ ଥିବା ପିଲାଙ୍କୁ ମାସକୁ ମିଳିବ ୬ଶହ ଟଙ୍କା ଏବଂ ୧୦ମାସକୁ ୬ହଜାର ଟଙ୍କା । ସେହିପରି୫୦ରୁ ୭୪ ପ୍ରତିଶତରୁ ଉପସ୍ଥାନ ରଖୁଥିବା ଛାତ୍ରଛାତ୍ରୀଙ୍କୁ ୪ଶହ ଏବଂ ୧୦ ମାସକୁ ୪ହଜାର ଟଙ୍କା ଦିଆଯିବ । ୩୦ରୁ ୪୯ପ୍ରତିଶତ ଉପସ୍ଥାନ ରଖୁଥିବା ଛାତ୍ରଛାତ୍ରୀଙ୍କୁ ମାସକୁ ୩ଶହ ଏବଂ ୧୦ ମାସକୁ ୩ ହଜାରଟଙ୍କା ମିଳିବ ।

{"id":125975}

୩୦ପ୍ରତିଶତରୁ କମ ଉପସ୍ଥାନ ରଖୁଥିବା ପିଲାଙ୍କୁ କିଛି ମିଳିବ ନାହିଁ। ସେପଟେ ଯେଉଁ ସବୁ ସ୍କୁଲକୁ ବନ୍ଦ କରାଗଲା ସେହିସବୁ ସ୍କୁଲର ଏଷ୍ଟାବ୍ଳିସ୍‌ମେଣ୍ଟ ପାଇଁ ଖର୍ଚ୍ଚ ଅର୍ଥ ସରକାରଙ୍କ ପାଖରେ ରହିବ । ତେବେ ବନ୍ଦ ହେବାକୁ ଥିବା ସ୍କୁଲ୍‌ଗୁଡ଼ିକରେ କାମ କରୁଥିବା ପାଚିକମାନଙ୍କ ସଂପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

{"id":125973}

ସ୍କୁଲ ଥିଲେ ଶିକ୍ଷକ ନାହାନ୍ତି, ଶିକ୍ଷକ ଥିଲେ ଅନେକ ସ୍କୁଲରେ ଛାତ୍ରଛାତ୍ରୀ ନଥାନ୍ତି। ଫଳରେ ସ୍କୁଲରେ ପାଠ ପଢ଼ା ହୋଇପାରେନି । ଏପରିକି ଯେଉଁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ସେଠାରେ ଜଣେ କି ଦୁଇ ଜଣ ଶିକ୍ଷକ ନିଯୁକ୍ତ ହୋଇଥିବାରୁ ପାଠ ପାଢ଼ାଇବାରେ ଅସୁବିଧା ହୁଏ। ତେଣୁ ଶିକ୍ଷକ ଅଭାବ ସମସ୍ୟାକୁ ଦୂର କରିବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଦୁର୍ଗମ ଅଞ୍ଚଳରେ ଏପରି ନୀତି ଲାଗୁ ହେଲେ ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିବାରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି ।

{"id":125974}

ଶିକ୍ଷକ ସମସ୍ୟା ଦୂର କରିବା ସହ ସ୍କୁଲ ମାନଙ୍କରେ ଗୁଣତ୍ମକ ଶିକ୍ଷା ଦେବା ପାଇଁ ସରକାରଙ୍କ ଏହି ଫଣ୍ଡା କେତେ କାମ ଦେବ ତାହା ପରୀକ୍ଷା ଫଳ ହିଁ କହିବ ।

{"id":125976}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.