କେନ୍ଦ୍ର ବଜେଟ ଉପରେ ରାଜ୍ୟ ସରକାରଙ୍କ ନଜର- ଜାଣନ୍ତୁ କଅଣ ରହିଛି ଦାବି
31/01/2020 at 8:17 PM

ଭୁବନେଶ୍ୱର ୩୧।୦୧- ମୁଦ୍ରାସ୍ଫୀତିରେ ବଢ଼ିବା ଓ ଶିଳ୍ପକ୍ଷେତ୍ରରେ ମାନ୍ଦାବସ୍ଥା, ବେକାରୀ ସମସ୍ୟା ସହ କର ବ୍ୟବସ୍ଥାରେ ପରିବର୍ତ୍ତନ ନେଇ ରାଜସ୍ବ କମିଥିବାରୁ ରାଜ୍ୟମାନଙ୍କର କେନ୍ଦ୍ରୀୟ ଅଂଶ ଧନ ବଢାଇବା ପାଇଁ ଦାବି ରହିଛି। ଅନ୍ୟପଟେ ବଢିଥିବା ଜନକଲ୍ୟାଣମୂଳକ ଯୋଜନା ଘୋଷଣାକୁ ବଜେଟ୍ରେ କିଭଳି ବ୍ୟବବରାଦ କରାଯିବା ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

ରାଜ୍ୟ ସରକାରଙ୍କ ନଜର ରହିଛି କେନ୍ଦ୍ର ବଜେଟ ଉପରେ। ରାଜ୍ୟ ସରକାରଙ୍କ ଜନ କଲ୍ୟାଣୀକାରୀ ଯୋଜନା ଘୋଷଣା ବଢିଛି ଓ ଏହାସହ ଭିତ୍ତିବିକାଶ ପାଇଁ ଯୋଜନା କେନ୍ଦ୍ର ଠାରୁ ଅଧିକ ଅଂଶଧନ ଦାବି କରୁଛନ୍ତି ରାଜ୍ୟ ସରକାର ।

ଆର୍ଥିକ ସ୍ବାୟତ୍ତତାର ଦାବି କରିଥିବା ରାଜ୍ୟ ସରକାରଙ୍କ ମୂଖ୍ୟ ଦାବି ମଧ୍ୟରେ ରହଛି ଭିତ୍ତିଭୂମି ବାବଦରେ କେନ୍ଦ୍ର ସରକାର୧ ଲକ୍ଷ କୋଟି ଟଙ୍କା ଓ କେନ୍ଦ୍ରୀୟ ଟିକସରୁ ରାଜ୍ୟର ଭାଗ କେତେ ରହିବ। ଜିଏସଟି ବାବଦରେ ୧୩୪୫ କୋଟି ଟଙ୍କା ବକେୟା ରହିଛି, ଜାନୁଆରୀ ସୁଦ୍ଧା ଏହା ଅଢେଇ ହଜାର ଟପିବ। ଏହାର ଭରଣା କେତେ ଶିଘ୍ର ହେବ ତା ଉପରେ ଫୋକସ କରୁଛନ୍ତି ରାଜ୍ୟ ସରକାର ।

ରେଳବାଇ କ୍ଷେତ୍ରରେ ବଡ଼ ଭାଗ ରାଜସ୍ବ ଦେଉଥିବା ଓଡ଼ିଶା ପ୍ରାୟ ୬ ହଜାର କୋଟି ଟଙ୍କାର ଅନୁଦାନ ମାଗିଛି ।

ବଜେଟ୍ ପୂର୍ବରୁ ଏଥର କେନ୍ଦ୍ର ସରକରାଙ୍କ ଆଗରେ ବଡ଼ ଚାଲେଞ୍ଜ ଅର୍ଥନୀତିର ମାନ୍ଦାବସ୍ଥା । ଶିଳ୍ପ ଉତ୍ପାଦ କମିବା ସହ ଚଳିତ ବର୍ଷ ଜିଡ଼ିପି ହାର ୧୧ ବର୍ଷରେ ତଳକୁ ଖସିଆସିଛି। ଦେଶରେ ପୁଞ୍ଜିବନିଯୋଗ କମିଛି ଓ ସଞ୍ଚୟ କମିଛି ଓ ସବୁକ୍ଷେତ୍ରରେ ରହିଛି ମାନ୍ଦାବସ୍ଥା ।

ଆନ୍ତର୍ଜାତୀୟ ପ୍ରଭାବ ଦେଖନ୍ତୁ ବା ଦେଶ ଏହି ପ୍ରଭାବ ସବୁଠି ପରିଲକ୍ଷିତ ହେଉଛି। ଦେଶର ବିତ୍ତିୟ ନିଅଣ୍ଟ ବଜେଟ୍ର ୩.୨ ପ୍ରତିଶତରୁ ୩.୩ ରହିବା କଥା। ତେବେ ଯେହେତୁ ଜିଏସ୍ଟି ଓ ଅନ୍ୟ ଟ୍ୟାକ୍ସ ଆଦାୟ କମିଛି ବିତ୍ତିୟ ନିଅଣ୍ଟ ୪ ପ୍ରତିଶତ ଉପରକୁ ବଢିବାର ଆଶଙ୍କା ସୃଷ୍ଟି ହୋଇଛି। ମୃଦ୍ରସ୍ଫିତି ୭.୭ ପ୍ରତିଶତକୁ ଛୁଇଁଲାଣି।

ତେଣୁ ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀଙ୍କ ନଜର ନିଶ୍ଚିତ ରହିବ କିଭଳି ଦେଶରେ ପୁଞ୍ଜି ବିନିଯୋଗ ବଢିବ, ଶିଳ୍ପ ଓ କୃଷି ଉତ୍ପାଦନ ବଢିବ ସହ ନିଯୁକ୍ତି ସୁଯୋଗ ସଷ୍ଟି ହେବ। ମଧ୍ୟବିତ୍ତ ଶ୍ରେଣୀର ହାତରେ ଯେତେ ଅଧିକ ଅର୍ଥ ରହିବ, ଖର୍ଚ୍ଚ ବଢିବା ଓ ଅର୍ଥନୀତି ଚଳଚଞ୍ଚଳ ହେବ।

ତେଣୁ ଏଥର ଅର୍ଥମନ୍ତ୍ରୀ ମିଡଲ କ୍ଲାସ ହାତରେ ଅଧିକ ଅର୍ଥ ଦେବା ପାଇଁ ଆୟକର ରିହାତି ବଢ଼ାଇ ପାରନ୍ତି। ଏହାସହ ଜିଏସ୍ଟି କ୍ଷେତ୍ରରେ ମଧ୍ୟ ଅଧିକ ସରଳୀକରଣର ଆବଶ୍ୟକତା ରହିଛି ବୋଲି ଟ୍ୟାକ୍ସ ବିଶେଷଜ୍ଞମାନେ ମତ୍ତ ଦେଇଛନ୍ତି।

ଆନ୍ତର୍ଜିତିକ ପ୍ରଭାବ ହେଉ ବା ଦେଶରେ ମାନ୍ଦାବସ୍ଥା ମଧ୍ୟରେ ରାଜସ୍ବ ହ୍ରାସ , ବଢୁଥିବା ବେକାରୀ ସମସ୍ୟା ସହ ମୁଦ୍ରାସ୍ପିତି ଓ ସିଏଏ, ଏନ୍ଆରସିକୁ ନେଇ ଦେଶରେ ଚାଲିଥିବା ରଜନୈତିକ ହଟ୍ଟଚମଟ। ୨୦୨୦ ବଜେଟ୍ ଆଗାମୀ ଦିନରେ ଦେଶରେ ଅର୍ଥନୀତି ଅଭିବୃଦ୍ଧି ଓ ସରକାରଙ୍କ ବିକାଶ ଏଜେଣ୍ଡାର ଦିଶା ନିର୍ଦ୍ଧାରଣ କରିବ।