Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ବନ୍ୟାଜନିତ କ୍ଷୟକ୍ଷତି ବାବଦରେ କେନ୍ଦ୍ରକୁ ୧୫୬୯ କୋଟି ମାଗିଲେ ରାଜ୍ୟ ସରକାର: ଦାବିକୁ ନେଇ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ

25/10/2020 at 7:09 PM

ଭୁବନେଶ୍ୱର ୨୫/୧୦ : ଅଗଷ୍ଟ ମାସରେ ହୋଇଥିବା ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ବାବଦରେ ରାଜ୍ୟ ସରକାର ୧୫୬୯.୫୦ କୋଟି ଟଙ୍କା କେନ୍ଦ୍ର ସରାକରଙ୍କ ନିକଟରେ ଦାବି କରିଛନ୍ତି। ତୁରନ୍ତ ଏହି ସହାୟତା ରାଶି ଯୋଗାଇ ଦେବାକୁ କହିଛନ୍ତି। ଏପଟେ ବିରୋଧୀ  ସମାଲୋଚନା କରିଛନ୍ତି। କଂଗ୍ରେସ କହିଛି ରାଜ୍ୟ ସରକାର ବହୁ ବିଳମ୍ବରେ କ୍ଷୟକ୍ଷତି ଆକଳନ କରି ଦାବି କରିଛନ୍ତି। ଯେତିକି ଦାବି ତାହା ସମୁଦ୍ରକୁ ଶଙ୍ଖେ। ଏପଟେ ବିଜେପି କହିଛି ପୂର୍ବପରି ରାଜ୍ୟର ଦାବି ମୁତାବକ କେନ୍ଦ୍ର ସରକାର ସହାୟତା କରିବେ। ଏପଟେ ବିଜେଡି ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି |

ଚଳିତ ବର୍ଷ ଅଗଷ୍ଟ ମାସରେ ବର୍ଷା ଯୋଗୁଁ ହୋଇଥିବା ବନ୍ୟାଜନିତ କ୍ଷୟକ୍ଷତି ବାବଦରେ ରାଜ୍ୟ ସରକାର ୧୫୬୯.୫୦ କୋଟି ଟଙ୍କାର ସହାୟତା ଲୋଡ଼ିଛନ୍ତି। ସମ୍ପୂର୍ଣ୍ଣ ବନ୍ୟାରେ ଭିତ୍ତିଭୂମୀ, ଘର, ଚାଷ ଏବଂ ରିଲିଫ ଖର୍ଚ୍ଚ ବାବଦକୁ ମୋଟ ୧୬୪୨.୨୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଏସଡିଆରଏଫ ଓ ଏନଡିଆରଏଫ ଗାଇଡଲାଇନ ଅନୁସାରେ ୧୫୬୯.୫୦ କୋଟି ଟଙ୍କା ସହାୟତା ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ବିର୍ପଯ୍ୟୟ ପରିଚାଳନାର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ଚୂଡ଼ାନ୍ତ ସହାୟତା ଦାବି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ବନ୍ୟା କ୍ଷୟକ୍ଷତି ଜନିତ ଚୂଡ଼ାନ୍ତ ରିପୋର୍ଟରେ ରିଲିଫ ଓ ଭିତ୍ତିଭୂମି ପୁନରୁଦ୍ଧାର ବାବଦରେ ୭୧୫.୯୧ କୋଟି ଟଙ୍କା, ଜଳସମ୍ପଦ ବିଭାଗର ୬୪୮.୯୦କୋଟି ଟଙ୍କା, ପୂର୍ତ୍ତ ବିଭାଗର ୨୦୪.୭୦ କୋଟି ଟଙ୍କା ସହାୟତା ଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ବର୍ତମାନ ବନ୍ୟା କ୍ଷୟକ୍ଷତି ଦାବିକୁ ନେଇ ସରାକରଙ୍କୁ ସମାଲୋଚନା କରିଛି କଂଗ୍ରେସ। ବହୁ ବିଳମ୍ବରେ ସରକାର ବନ୍ୟା କ୍ଷୟକ୍ଷତି ଦାବି କରିଛନ୍ତି ବୋଲି କହିଛି କଂଗ୍ରେସ। ବନ୍ୟାକ୍ଷୟ ବାବଦରେ ଦାବି କରିଥିବା ୧୫୬୯ କୋଟି ଟଙ୍କା ସମୁଦ୍ର କୁ ଶଙ୍ଖେ ବୋଲି କହିଛନ୍ତି ସୁର। ଏପଟେ ବିଜେପି କହିଛି ରାଜ୍ୟସରକାର ଯେତେବେଳ ଯାହା ଦାବି କରିଛିନ୍ତି କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। 

କେନ୍ଦ୍ର ସରକାରଙ୍କ ପ୍ରତିନିଧି ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତିର ପ୍ରାଥମିକ ଆକଳନ କରି ଯାଇଛନ୍ତି।  ପ୍ରକୃତ ଆକଳନ ଅନୁସାରେ କେନ୍ଦ୍ର ସବୁବେଳେ ସହାୟତା କରିଆସିଛନ୍ତି। ଏବେ ମଧ୍ୟ ଯେଉଁ ମନୁଷ୍ୟକୃତ ବନ୍ୟା ହେଲା ,ବାସ୍ତବ କ୍ଷତି ଅନୁସାରେ ଅନୁଦାନ ମିଳିବ। ଏପଟେ ବିଜେଡି ଏହାର ଜବାବ ରଖିଛି। କହିଛି ସରାକର ହିସାବ କରି ଏହି ଅର୍ଥ ଦାବି କରିଛନ୍ତି। ଯଦି ଏହି ଅର୍ଥ ଅଭାବ ହେବ ପୁଣି କେନ୍ଦ୍ରସରାକର ନିକଟରେ ଦାବି କରିବେ ରାଜ୍ୟସରକାର।

କରୋନା ମହାମାରୀ ସମୟରେ ବର୍ଷା ଓ ବନ୍ୟା ସରାକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତିକୁ ମଧ୍ୟ କେନ୍ଦ୍ର ସରାକର ପ୍ରତିନିଧୀ ଦଳ ପରିଦର୍ଶନ କରିଛନ୍ତି।

   Related Posts