ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ସୃଷ୍ଟି କଲେ ୧୦୮ଟି ନୂଆ ପଦବୀ

Published By : Prameya-News7 Bureau | January 16, 2019 IST

ଭୁବନେଶ୍ବର ୧୬/୧: ମହିଳା ଏବଂ ଶିଶୁ ବିକାଶ କ୍ଷେତ୍ରକୁ ସରକାର ଅଧିକ ଗୁରୁତ୍ବ ଦେଉଥିବାରୁ ଏହି ବିଭାଗ ପାଇଁ ୧୦୮ଟି ନୂଆ ପଦବୀ ରାଜ୍ୟ ସରକାର ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ମହିଳା ଏବଂ ଶିଶୁ କଲ୍ୟାଣ ପାଇଁ ଆଇସିଡିଏସ୍ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏହି ବିଭାଗ ଅଧୀନରେ ରହିଥିବା ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ସଠିକଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏହି ବିଭାଗର ଉପଖଣ୍ଡ ସ୍ତର,ଜିଲ୍ଲାସ୍ତର ଓ ରାଜ୍ୟସ୍ତରରେ ଏହିସବୁ ପଦବୀ ସୃଷ୍ଟି କରିଛନ୍ତି। ସେଥିପାଇଁ  ଉପଖଣ୍ଡର ସିଡିପିଓଙ୍କ ସ୍ତରରେ ୯୩ଟି ପ୍ରୋଗ୍ରାମ୍ ଅଧିକାରୀ  ପଦବୀ ସୃଷ୍ଟି କରାଯାଇଥିବାବେଳେ ଜିଲ୍ଲାର ସମାଜକଲ୍ୟାଣ ଅଧିକାରୀଙ୍କ ସ୍ତରରେ ୧୩ଟି ପଦବୀ ସୃଷ୍ଟି କରାଯାଇଛି।

ସେହିଭଳି ରାଜ୍ୟସ୍ତରରେ ଦୁଇଟି ଉପ ନିର୍ଦ୍ଦେଶକ ଏବଂ ଉପ ସଚିବ ପଦବୀ ସୃଷ୍ଟି କରାଯାଇଛି। ଏହି ନୂଆ ପଦବୀଗୁଡ଼ିକ ସୃଷ୍ଟି ହେବା ଫଳରେ ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକ ବେଶ୍ ଭଲଭାବରେ କାର୍ଯ୍ୟକାରୀ ହୋଇପାରିବ ବୋଲି ଆଶା କରାଯାଇଛି। ଏଥିପାଇଁ ବର୍ଷକୁ ଅଧିକ ୯କୋଟି ଟଙ୍କା ଖର୍ଚ୍ଚ ହେବବୋଲି ଆକଳନ କରାଯାଇଛି।

wp:gallery {"ids":[74791]} /wp:gallery

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.