ଭୁବନେଶ୍ବରରେ ରିଙ୍ଗ୍‌ ରୋଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ରାଜ୍ୟ ସରକାର ବହନ କରିବେ ୬୦୦ କୋଟି ଟଙ୍କା

Published By : Prameya-News7 Bureau | April 22, 2021 IST

ଭୁବନେଶ୍ବର ୨୨/୦୪ : ଭୁବନେଶ୍ବରରେ ତିଆରି ହେବ ରିଙ୍ଗ୍‌ ରୋଡ୍‌ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି । ବୃହତ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬ ଲେନ୍‌ ବିଶିଷ୍ଟ ରିଙ୍ଗ୍‌ ତିଆରି କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଆଠଗଡ, ଚୌଦ୍ବାର ଦେଇ ଯିବ ଏହି ରୋଡ୍‌ । ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ୬ ଶହ କୋଟି ଟଙ୍କା ବହନ କରିବେ ବୋଲି ସୂଚନା ମିଳିଛି  । ଯାତ୍ରୀମାନଙ୍କ ପାଇଁ ଗନ୍ତବ୍ୟ ସ୍ଥଳ ସୁଗମ କରିବା ଏବଂ କିଭଳି ଭାବେ କମ ସମୟ ମଧ୍ୟରେ ପହଞ୍ଚି ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ବକୁ ମଞ୍ଜୁରୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.