Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି, ଝାରସୁଗୁଡ଼ା ହସ୍ପିଟାଲ୍‌ରେ ଶଯ୍ୟା ସଂଖ୍ୟା ବୃଦ୍ଧିକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

11/05/2021 at 8:07 PM

ଝାରସୁଗୁଡା, ୧୧/୦୫: ଝାରସୁଗୁଡା ଜିଲ୍ଲାରେ କରୋନା ସଂକ୍ରମଣ ଥମିବାରେ ନାଁ ନେଉ ନଥିବା ବେଳେ କ୍ରମବର୍ଦ୍ଧିତ ରୋଗୀ ସଂଖ୍ୟାକୁ ନେଇ ଚିନ୍ତାରେ ପ୍ରଶାସନ । ଝାରସୁଗୁଡା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ କରୋନା ସଂକ୍ରମଣ ସମୟରେ ଆରମ୍ଭ କରାଯାଇଥିବା କୋଭିଡ ହସ୍ପିଟାଲରେ ୨ଶହ ଶଯ୍ୟା ରହିଥିବା ବେଳେ ମାତ୍ର ୫ଟି ଭେଣ୍ଟିଲେଟର ରହିଥିଲା ।

ଏହି ସଂଖ୍ୟାକୁ ବୃଦ୍ଧି କରିବା ସହ ଜିଲ୍ଲାରେ ଅନ୍ୟ ଏକ ହସ୍ପିଟାଲ ପ୍ରତିଷ୍ଠା ପାଇଁ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ବରଗଡ ସାଂସଦ ସୁରେଶ ପୂଜାରୀ ସରକାରଙ୍କ ନିକଟରେ ଦାବୀ କରିବା ପରେ ଜିଲ୍ଲାପାଳ ମଧ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାରେ ରୋଗୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲ୍ଲା କୋଭିଡ ହସ୍ପିଟାଲର ଭେଣ୍ଟିଲେଟର ସଂଖ୍ୟା ୨୦କୁ ବୃଦ୍ଧି କରିବା ସହ ଏମସିଏଲ ପରିଚାଳିତ ବନ୍ଧବାହଲ କୋଭିଡ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୨୦ରୁ ବୃଦ୍ଧି କରି ୧ଶହ ଶଯ୍ୟା ବିଶିଷ୍ଟ କରିବାକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ।

ଏଥିସହ ବନ୍ଧବାହଲ କୋଭିଡ ହସ୍ପିଟାଲରେ ୨୦ଟି ଆଇସିୟୁ ବ୍ୟବସ୍ଥା କରାଯିବ ଓ ରୋଗୀ ସେବା ଯୋଗାଇବାକୁ ରାଜ୍ୟର ଅଗ୍ରଣୀ ସମ ହସ୍ପିଟାଲକୁ ଦାୟିତ୍ୱ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିବା ସହ ଜିଲ୍ଲାରେ କୋଭିଡ ପରିଚାଳନା ଓ ସ୍ୱାସ୍ଥ୍ୟ ସେବାକୁ ଅଧିକ ସହଜ କରିବାକୁ ଭୀମସାର ଓ ଏସସିବି ମେଡିକାଲ କଲେଜରୁ ଅଧିକ ପିଜି ଡାକ୍ତରଙ୍କୁ ପଠାଯାଇଥିବା ସୂଚନା ଦେଇଛନ୍ତି ।

   Related Posts