Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

‘ଫୋନି’ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

5/05/2019 at 1:20 PM

ଭୁବନେଶ୍ବର ୫|୫: ଫୋନି ଲାଗି ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣା । ସମଗ୍ର ପୁରୀ ଜିଲ୍ଲାର ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ପରିବାର ପିଛା ୫୦କେଜି ଚାଉଳ, ୨ହଜାର ଟଙ୍କା ଓ ପଲିଥିନ୍ ଦିଆଯିବ । ଖୋର୍ଦ୍ଧା ଜିଲ୍ଲାର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ପରିବାର ପିଛା ୫୦କେଜି ଚାଉଳ, ୨ହଜାର ଟଙ୍କା ଓ ପଲିଥିନ୍ ଦିଆଯିବ । ଖୋର୍ଦ୍ଧା ଜିଲ୍ଲାର ଆଂଶିକ କ୍ଷତିଗ୍ରସ୍ତ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ପରିବାର ପିଛା ଅତିରିକ୍ତ ଏକ ମାସର ଚାଉଳ ସହ ହଜାରେ ଟଙ୍କା ଓ ପଲିଥିନ୍ ପ୍ରଦାନ କରାଯିବ । କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର କ୍ଷତିଗ୍ରସ୍ତ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ପରିବାର ପିଛା ଅତିରିକ୍ତ ଏକ ମାସର ଚାଉଳ ଓ ୫ଶହ ଟଙ୍କା ଦିଆଯିବ ।

ସଂପୂର୍ଣ୍ଣ ଘର ଭାଙ୍ଗିଥିବା ପରିବାରକୁ ୯୫ହଜାର ୧୦୦ଟଙ୍କା, ଆଂଶିକ ଭାଙ୍ଗିଥିବା ଘର ପାଇଁ ୫,୨୦୦ଟଙ୍କା, ସାମାନ୍ୟ ଭାଙ୍ଗିଥିବା ଘର ପାଇଁ ୩ହଜାର ୨ଶହ ଦିଆଯିବ । ଯେଉଁ ପରିବାର ଆଦୌ ଘର ପୁଣି ଥରେ ତିଆରି କରିବାକୁ ସକ୍ଷମ ନାହାନ୍ତି ସେମାନଙ୍କୁ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ଘର ତିଆରି କରିବାକୁ ଅର୍ଥ ଦିଆଯିବ ।

ଏହାସହ ଫସଲ ଓ ଗୃହପାଳିତ ପଶୁପକ୍ଷୀ ସଂପର୍କୀତ କ୍ଷୟକ୍ଷତିକୁ ଆକଳନ କରାଯାଉଛି । ତୁରନ୍ତ ସେଥିପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

   Related Posts