ଦୂତିଙ୍କୁ ରାଜ୍ୟ ସରକାର ପୁରସ୍କାର ଆକାରରେ ଦେବେ ଦେଢ କୋଟି ଟଙ୍କା
27/08/2018 at 2:05 AM

ଭୁବନେଶ୍ବର୨୭|୮: ଦୈାଡ଼ ରାଣୀ ଦୂତି ଚାନ୍ଦ ଏସୀୟ କ୍ରୀଡ଼ାରେ ରୈାପ୍ୟ ପଦକ ହାସଲ କରିଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଇଣ୍ଡୋନେସିଆାର ଜାକର୍ତାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଶହେ ମିଟର ଦୂରତାକୁ ୧୧.୩୨ ସେକେଣ୍ଡରେ ଅତିକ୍ରମ କରି ଗତକାଲି ଦେଶ ପାଇଁ ରୈାପ୍ୟ ପଦକ ଜିତିଥିଲେ। ଏହା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୨୦ ବର୍ଷ ପରେ ଦୈାଡ଼ ବିଭାଗରେ ଓଡ଼ିଶାକୁ ସଫଳତା ମିଳିବା ଆନନ୍ଦର ବିଷୟ। ୧୯୯୮ମସିହାରେ ଓଡ଼ିଶାର ଆଥଲେଟ୍ ରଚିତା ପଣ୍ଡା ମିସ୍ତ୍ରୀ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିଲେ। ଓଡ଼ିଶାର ଆଥଲେଟ୍ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟସରକାର ଗତ ବର୍ଷ ଏସୀୟ ଆଥଲେଟିକ ମିଟ୍ର ଆୟୋଜନ କରିଥିଲେ । ଓଡିଶାରେ ଅତିଶୀଘ୍ର ଏକ ଉଚ୍ଚମାନର ଆଥେଲେଟିକ ଏକାଡେମୀ ସ୍ଥାପନ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପୁରସ୍କାର ପାଇଁ ଦୂତିଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଭଳି ପ୍ରୋତ୍ସାହନ ଅନ୍ୟ ଖେଳାଙ୍କୁ ଉତ୍ସାହିତ କରିବ ବୋଲି ପରିବାର ପକ୍ଷରୁ କୁହାଯାଇଛି ।