ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭୁବନେଶ୍ବର ରାମ ମନ୍ଦିରର ପରିଚାଳନା ଦାୟିତ୍ବ ନେଲେ ରାଜ୍ୟ ସରକାର

Published By : Prameya-News7 Bureau | September 13, 2019 IST

ଭୁବନେଶ୍ବର୧୩|୯: ଶେଷରେ ଭୁବନେଶ୍ବର ରାମ ମନ୍ଦିର ପରିଚାଳନା ଦାୟିତ୍ବ ଭାର ଗ୍ରହଣ କଲେ ରାଜ୍ୟ ସରକାର । ୧୯୭୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ରାମ ମନ୍ଦିରର ପରିଚାଳନା ଦାୟିତ୍ବ ଟ୍ରଷ୍ଟି ହାତରେ ଥିଲା । ଏବେ ରାମ ମନ୍ଦିରର ଆୟ ବ୍ୟୟ କଥା ରାଜ୍ୟ ସରକାର ବୁଝିବେ ।

{"id":157278,"width":591,"height":373}

ରାମ ମନ୍ଦିର ପରିଚାଳନା ଦାୟିତ୍ବ ଉପରେ ହାଇକୋର୍ଟଙ୍କ ଥିଲା କଡା ନିର୍ଦେଶ । ଜଷ୍ଟିସ ପ୍ରମଥ ପଟ୍ଟନାୟକ ଓ ଜଷ୍ଟିସ କୁମାରୀ ସଂଜୁ ପଣ୍ଡାଙ୍କୁ ନେଇ ଦୁଇଜଣିଆ ଖଣ୍ଡ ପୀଠ ଏହି ମାମଲାର କରିଥିଲେ ଶୁଣାଣୀ । ରାମ ମନ୍ଦିର ଟ୍ରଷ୍ଟି ଭାଙ୍ଗି ତୁରନ୍ତ ଏହି ମନ୍ଦିର ଦାୟତ୍ବ ରାଜ୍ୟ ସରକାର ବହନ କରିବାକୁ ହାଇକୋର୍ଟଙ୍କର ଥିଲା ନିର୍ଦେଶ । ଆଉ ସେହି ନିର୍ଦେଶକୁ ଭିତିକରି ଶୁକ୍ରବାର ରାଜ୍ୟସରକାର ଟ୍ରଷ୍ଟିଙ୍କ ହାତରୁ ନିଜ ଅଧିନକୁ ରାମନ୍ଦିରର ସମସ୍ତ ପରିଚାଳନା ଦାୟିତ୍ବ ଆଣିଛନ୍ତି ।

{"id":157279}

୧୯୭୯ ମସିହାରେ ପ୍ରତିଷ୍ଠା ହୋଇଥିବା ରାମମନ୍ଦିର ଟ୍ରଷ୍ଟି  ଭାବେ ୭ଜଣିଆ କମିଟି ସେତେବେଳେ ଗଠନ କରାଯାଇଥିଲା । କିନ୍ତୁ ୨୦୦୮ ରେ ଏହି ଟ୍ରଷ୍ଟ ବିରୋଧରେ ଦେବାଶିଷ ଧଳ ନାମକ ବ୍ୟକ୍ତି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ମାସକୁ ୩୦ଲକ୍ଷ ଟଙ୍କା ଆୟ କରୁଥିବା ଏହି ମନ୍ଦିରର ଆୟ ବ୍ୟୟ ନେଇ ଟ୍ରଷ୍ଟିଙ୍କ ପକ୍ଷରୁ କୌଣସି ଲୋକାଲ ଅଡିଟ କରାଯାଉନଥିଲା । ଫଳରେ ଆୟ ବ୍ୟୟର ହିସାବ ନଥାଇ ମନ୍ଦିରର ଟଙ୍କା ହଡପ ହେଉଥିବା ହାଇକୋର୍ଟରେ ଅଭିଯୋଗ ହୋଇଥିଲା ।

{"id":157281}

ଅନ୍ୟପଟେ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ସରକାର ମନ୍ଦିରକୁ ନିଜ ଅକ୍ତିଆାରକୁ ନେବା ଘଟଣା ଉପରେ କୌଣସି ମତ ରଖିବାକୁ ମନା କରିଛନ୍ତି । ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗର ବରିଷ୍ଠ ଓଆରଏସ  ଅଧିକାରୀ ଦାୟିତ୍ବ ଗ୍ରହଣ କରିବା ପରେ ମନ୍ଦିରର ହୁଣ୍ଡି ଓ ଚତୁଃପାର୍ଶରେ ଥିବା ଦୋକାନ ଘର ଓ ମଣ୍ଡପର ସମସ୍ତ ଆୟ ବ୍ୟୟ ହିସାବକୁ ନିଜ ଅକ୍ତିଆରକୁ ନେଇଛନ୍ତି । ଶୁକ୍ରବାର ଠାରୁ ମନ୍ଦିର ସଂଲଗ୍ନ ମଣ୍ଡପ କୌଣସି ବ୍ୟକ୍ତି  ବ୍ୟବହାର କରିବା ପାଇଁ ଭଡାରେ ନେବାକୁ ହେଲେ ଏଥର ଦେବୋତ୍ତର ବିଭାଗର ଅନୁମତି ନେବାକୁ ପଡିବ । ଅନ୍ୟାନ୍ୟ ମନ୍ଦିର ଭଳି ରାମମନ୍ଦିରରେ ମଧ୍ୟ ଦେବୋତ୍ତର ବିଭାଗର ଆଇନ ଲାଗୁ କରାଯିବ ।

{"id":157282}

ତେବେ ପୁର୍ବ ଦିନମାନଙ୍କରେ ଏହି ମନ୍ଦିରର ବାର୍ଷିକ ଆ​‌ୟ କେତେ ହେଉଥିଲା ସେହି ଅନୁପାତରେ ଖର୍ଚ ମଧ୍ୟ କେତେହେଉଥିଲା ତାହାର ସଂପୁର୍ଣ ଯାଂଚ କରିବ ଦେବୋତ୍ତର ବିଭାଗ । ଏଥିରେ ଯଦି କେହି ଖିଲାପାକାରି ବାହାରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

{"id":157283}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.