Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସରକାରଙ୍କ ଟାର୍ଗେଟରେ ଅଧ୍ୟାପକ ଓ ଅଧ୍ୟାପିକା: ଟ୍ୟୁସନ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର୨୭/୧: ଟ୍ୟୁସନ କରୁଥିବା ଅଧ୍ୟାପକଙ୍କ ବିରୋଧରେ ସରକାର ନେବେ କାର୍ଯ୍ୟନୁଷ୍ଠାନ। ଏ ନେଇ ଉପକୂଳ କଲେଜର ୧୧୧ ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ସରକାର। ଏହି ତାଲିକାରେ ସବୁଠୁ ଅଧିକ ଭଦ୍ରକ​‌ର ୩୫ ଅଧ୍ୟାପକ ଅଛନ୍ତି । ବିଶେଷ ଫିଜିକ୍ସି, କେମେଷ୍ଟ୍ରି, ଗଣିତ ଏବଂ ଇଂରାଜୀ ଅଧ୍ୟାପକ ଅଛନ୍ତି। ଏପରି ପଦକ୍ଷେପକୁ ବିରୋଧୀ ସ୍ବାଗତ କରିଥିଲେ ବି ଶିକ୍ଷା ବ୍ୟବସ୍ଥା ସଜାଡିବାକୁ ଦାବି କରିଛନ୍ତି।

ଟାର୍ଗେଟରେ ସରକାରୀ ଅଧ୍ୟାପକ। ଟ୍ୟୁସନ କରୁଥିବା ଅଧ୍ୟାପକଙ୍କ ଉପରେ ହେବ ଆକ୍ସନ।  ଏମାନଙ୍କ ତାଲିକା ଏବେ ପ୍ରସ୍ତୁତ କରିଛି ଉଚ୍ଚଶିକ୍ଷା ବିଭାଗ। ପ୍ରାଥମିକ ଭାବେ  ଉପକୂଳ ଓଡିଶାର ବିଭିନ୍ନ  କଲେଜର ୧୧୧ ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।  ଯେଉଁଥିରେ ଭୁବନେଶ୍ବରର ବିଜେବି ସୟଂଶାସିତ ମହାବିଦ୍ୟାଳୟ, ରମାଦେବୀ ମହିଳା ମହାବିଦ୍ୟାଳୟ, ରମାଦେବୀ ଜୁନିଅର କଲେଜ , ବିଜୁପଟ୍ଟନାୟକ, ଏକାମ୍ର କଲେଜର ୧୮ ଅଧ୍ୟାପକ, ଖୋର୍ଦ୍ଧାର ୧୩, ଭଦ୍ରକର ୩୫, ଯାଜପୁରର ୧୩, କଟକର ୭, କେନ୍ଦ୍ରାପଡାର ୧୨, ବାଲେଶ୍ବରର, ପୁରୀ ଏବଂ କେନ୍ଦୁଝରର ୧୧୧ ଅଧ୍ୟାପକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ।

ବିଶେଷକରି ଏଥିରେ ଫିଜିକସି, କେମେଷ୍ଟ୍ରି, ଇଂଲିଶ, ଗଣିତ, ବାଣିଜ୍ୟ, ବଟାନି, ଜୁଲୋଜି, ଇକୋନୋମିକ୍ସ ଅଧ୍ୟାପକ ଅଛନ୍ତି।  ଏମାନଙ୍କୁ ସରକାର ବାରମ୍ବାର ତାଗିଦ କରିଥିଲେ। ଏପରିକି ଜାନୁୟାରୀ ୨୩ ତାରିଖରେ ଟ୍ୟୁସନ କରୁଥିବା ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଘୋଷଣା କରିଥିଲେ। ତେହେ ସରକାରଙ୍କ ଏହି ନିର୍ଦ୍ଦେଶକୁ ଫୁ କରିଥିବା ଅଧ୍ୟାପକ ବିରୋଧରେ ହେବ କାର୍ଯ୍ୟନୁଷ୍ଠାନ ।

ପ୍ରତିବର୍ଷ ସରକାର ତାଗିଦ କରୁଛନ୍ତି। ହେଲେ ଅଧ୍ୟାପକମାନେ ମାନୁନାହାନ୍ତି । ବେଧଡକ ଟ୍ୟୁସନ ଜାରି ରଖୁଛନ୍ତି। ଯେଉଁ ଅଧ୍ୟାପକମାନେ କ୍ଲାସ ନକରି ଟ୍ୟୁସନ କରି ମୋଟା ଅଙ୍କର ଅର୍ଥ କମାଉଛନ୍ତି ସେମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ ।ସରକାର କଥା ନକହି କାମରେ ଦେଖାନ୍ତୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ। ଏପଟେ ବିଜେପି କହିଛି କେବଳ କାର୍ଯ୍ୟାନୁଷ୍ଠାନ ନେଲେ ହେବେନି ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ବି କରନ୍ତୁ।

ସରକାର ୫ଟି ଲାଗୁ କରିବା ପରେ  ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉଛି। ତେଣୁ ଅଧ୍ୟାପକଙ୍କ ତାଲିକା  ମିଡିଆରେ ପ୍ରଚାର ହେବାପରେ ଅଧ୍ୟାପକଙ୍କ ମହଲରେ  ଛନକା ପସିଛି। ତାଲିକାରେ ତାଙ୍କ ନାଁ ଅଛି କି ନାହିଁ ଯାଞ୍ଚ କରିବାରେ ବ୍ୟସ୍ତ ଅଛନ୍ତି କିଛି ଅଧ୍ୟାପକ।

   Related Posts