ଭୁବନେଶ୍ବର୧୫|୧: ଗାଡ଼ିର ଇନସ୍ୟୁରାନସ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରାକର । ଇନସ୍ୟୁରାନସ ଠକିଲେ ଏଣିକି ଗଣିବାକୁ ପଡ଼ିବ ତଣ୍ଡ । ଯେ କୌଣସି ସ୍ଥାନରେ ବି ଯାଞ୍ଚ କରିପାରିବ ପରିବହନ ବିଭାଗ ଓ ରାଜ୍ୟ ପୋଲିସ । ରାଧାକିଷ୍ଣା କମିଟି ୨୦୧୮ଜାନୁୟାରୀ ମାସରେ ଏହି ନିଷ୍ପତ୍ତି ନେଇଥିଲେ । ସେପଟେ ,ଦିନକୁ ଦିନ ର୍ଦୁଘଟଣା ବଡ଼ୁଥିବାବେଳେ, ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ।
{"id":74431,"width":602,"height":337}ଗଡ଼ିରେ ଇନସ୍ୟୁରାନସ ନାହିଁ ,ତେବେ ସାବଧାନ । ଏଣିକି ଆଉ ଖସି ପାରିବେନି ଗାଡ଼ିମାଲିକ । କାରଣ ଯେ କୌଣସି ମୁହର୍ତ୍ତରେ ଯେ କୌଣସି ସ୍ଥାନରେ ପରବିହନ ବିଭାଗ କିମ୍ବା ପୋଲିସ ଯାଞ୍ଚ କରିପାରିରେ ଗାଡ଼ିର ଇନସ୍ୟୁରାସନ । ଆଉ ଏଥି ପାଇଁ ଗାଡ଼ିକୁ ଜବତ କରିବା ସହିତ ମାଲିକଙ୍କୁ ଗଣିବାକୁ ପଡ଼ିବ ତଣ୍ଡ । ଗାଡ଼ି ଇନସ୍ୟୁରାନସ ନେଇ କଡ଼ା ଅଭିମୁଖ୍ୟ ଗ୍ରହଣ ରକିଛନ୍ତି ରାଜ୍ୟସରାକର । ସୁପ୍ରିମକୋର୍ଟଙ୍କ ଦ୍ବରା ଗଠିତ ରାଧାକ୍ରିଷ୍ଣ କମିଟି ୨୦୧୮ଜାନୁୟାରୀମାସରେ ଏଭଳି ନିଷ୍ପତ୍ତି ନେଇଥିଲେ । ଏହାର ୧୧ମାସ ପରେ ରାଜ୍ୟସରାକର ବିଜ୍ଞପ୍ତି ପ୍ରକାଶ କରିବା ସହିତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
{"id":74432}ଦିନକୁ ଦିନ ଦୁର୍ଘଟଣା କମିବ କଣ ବଢିବାରେ ଲାଗିଛି । ଜାତୀୟ ହାରୁ ଠାରୁ ଆଗରେ ରହିଛି ଓଡ଼ିଶା । ଯାହାକୁ ନେଇ ମାନ୍ୟବର ସୁପ୍ରମିକୋଟର୍ର୍ ଉଦବେଗ ପ୍ରକାଶ କରିଥିଲେ । ବିଶେଷ କରି ଇନସ୍ୟୁରାନସ ନଥିବା ଗାଡ଼ି ଦୁର୍ଘଟଣା ହେଲେ ର୍ଦୁଘଟଣା ସମ୍ମୁଖିନ ହେଉ ଥିବା ବ୍ୟକ୍ତି ବିଶେଷ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ତେବେ ରାଜ୍ୟ ସରକାର ଏଭଳି କଟକଣା ଜାରି ବରିବା ସହିତ ଇନସ୍ୟୁରାନସ ନଥିବା ଗାଡ଼ି ଦୁର୍ଘଟଣା ହେଲେ ସଂପୃକ୍ତ ଗାଡ଼ିକୁ ଜବତ କରି ଅକସନ ଡ଼କାଯିବ ବୋଲି ନିୟମ କରିଛନ୍ତି । ଏହି ଅକ୍ସନରୁ ଯେତିକି ଟଙ୍କା ମିଳିବ ସେଥିରୁ କ୍ଷୟକ୍ଷତି ଭରଣା କରାଯିବ । ଯଦି ଟଙ୍କା କମ ପଡ଼େ ବଳକାଟଙ୍କା ସଂପୃକ୍ତମାଲିକ ଭରଣ କରିବେ ।
{"id":74433}ବିଳମ୍ବ ହେଲେ ମଧ୍ୟ ସରାକର ଇନସ୍ୟୁରାନସ ନଥିବା ଗାଡି ବାବଦରେ ନେଇଥିବା ପଦକ୍ଷେପକୁ କଡ଼ାକଡ଼ି ଲାଗୁ କରବିା ସହିତ ଲଗାତର ଏହାର ଯାଞ୍ଚ କଲେ ନିଶ୍ଚିତ ସୁଫଳ ମିଳିବ।