ସରକାରଙ୍କ ନିଷ୍ପତ୍ତି: ଏଥର ନଦୀ ଘାଟରେ ହେବ ନାହିଁ ଛଟ୍ ପୂଜା, ନିୟମ ଭାଙ୍ଗିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | November 16, 2020 IST

ଭୁବନେଶ୍ୱର୧୬ /୧୧: ସରକାରଙ୍କ ନିଷ୍ପତ୍ତି। ନଦୀ ଘାଟରେ ହେବ ନାହିଁ ଛଟ୍ ପୂଜା। କରୋନା କାଳରେ ନଦୀ ଘାଟରେ ଅଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ପୂଜା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ନଭେମ୍ବର ୨୦ ଓ ୨୧ ପାଇଁ କଟକଣା ଲାଗିଛି।

ନଦୀ ଘାଟରେ ଛଟ୍ ପୂଜା ଓ ସମୂହ ସ୍ନାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଯେଉଁମାନେ କଟକଣା ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଘରେ ରହି ଛଟ୍ ପୂଜା କରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଏହା ସହ ପୂଜା କରିବା ସମୟରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଜରୁରୀ ବୋଲି ସେ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.