ମଦ ଉପରୁ କଟକଣା ହଟାଇଲେ ରାଜ୍ୟ ସରକାର, ମନ୍ତ୍ରୀଙ୍କ ଆଳତୀ କଲେ ରେସ୍ତୋରାଁ ମାଲିକ

Published By : Prameya-News7 Bureau | July 10, 2021 IST

ଚନ୍ଦ୍ରପୁର ୧୦।୦୭: ରାଜ୍ୟ ସରକାର ହଟାଇଲେ ମଦ ଉପରୁ କଟକଣା। ଦୀର୍ଘ ଦିନ ଧରି ବନ୍ଦ ପଡିଥିବା ରେସ୍ତୋରାଁଗୁଡିକ ପୁଣି ଥରେ ଖୋଲିବା ଆରମ୍ଭ  ହେଲା। ରୋଜଗାର ଠପ୍ ହୋଇ ପଡିଥିବା ରେସ୍ତୋରାଁ ମାଲିକଙ୍କ ମୁହଁରେ ହସ ଫୁଟିଲା। ଏହା ସ୍ଵାଭାବିକ କଥା। କାରଣ ରେସ୍ତୋରାଁରେ ରୋଜଗାର ସବୁଠୁ ବଡ ମାଧ୍ୟମ ହେଉଛି ମଦ। ଯଦି ମଦ ମିଳିବନି ତେବେ ଗ୍ରାହକଙ୍କ ଗହଳି ଲାଗିବନି। ମଦ ଉପରୁ କଟକଣା ହଟିଯିବାରୁ ଅତ୍ୟନ୍ତ ଆନନ୍ଦିତ ଜଣେ ରେସ୍ତୋରାଁ ମାଲିକ ମନ୍ତ୍ରୀଙ୍କ ଫଟୋର ଆଳତୀ କରିଛନ୍ତି। ଏମିତି ଅଜବ ଘଟଣା ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରୁ ଆସିଛି।

wp:html /wp:html

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଦ ଉପରୁ କଟକଣା ହଟାଯାଇଛି। ପୁଣି ଥରେ ବାର ଓ ରେସ୍ତୋରାଁରେ ମଦ ମିଳିବା ଆରମ୍ଭ ହୋଇ ଯାଇଛି। ଏଥିରେ ଖୁସି ହୋଇ ଏକ ବାର ଓ ରେସ୍ତୋରାଁର ମାଲିକ ଜିଲ୍ଲାର ସଂରକ୍ଷକ ମନ୍ତ୍ରୀ ବିଜୟ ଜିଲ୍ଲା ସଂରକ୍ଷକ ମନ୍ତ୍ରୀ ବିଜୟ ଓ୍ଵାଡେଟ୍ଟିଆରଙ୍କ ଫଟୋ ପୂଜା କରିଛନ୍ତି। ମାଲିକ କହିଛନ୍ତି, ଆମ ପାଇଁ ସେ ଭଗବାନ। ଯେ କେହି ଆମର ଆଜୀବିକ ଆୟରେ ସାହାଯ୍ୟ କରିଥାନ୍ତି, ସେ ଆମର ଭଗବାନ। ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ସପ୍ତାହରେ ଛଅ ବର୍ଷ ଧରି ଲାଗୁ ମଦ ଉପରେ କଟକଣାକୁ ହଟାଇ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.