Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବଢ଼ିଲା ଶ୍ରମିକଙ୍କ ମଜୁରୀ : ଜାଣନ୍ତୁ କିଏ ପାଇବ କେତେ

30/10/2018 at 8:51 PM

ଭୁବନେଶ୍ବର ୩୦|୧୦: ଶ୍ରମିକଙ୍କ ପାଇଁ ଖୁସି ଖବର । ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାର । ତିନି ବର୍ଷ ପରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ହାରରେ ସଂଶୋଧନ ହୋଇଛି । ସଂଶୋଧନ ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଜି ଓଡ଼ିଶା ସରକାରଙ୍କ ତରଫରୁ ସାରା ରାଜ୍ୟ ପାଇଁ ସର୍ବନିମ୍ନ ମଜୁରୀ ହାର ସଂଶୋଧନ ବିଜ୍ଞାପନକୁ ଗେଜେଟରେ ପ୍ରକାଶ କରାଗଲା । ସୂଚନାଯୋଗ୍ୟ ଏନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ପ୍ରକାଶ ପାଇବାର ଦୁଇ ମାସ ମଧ୍ୟରେ ସମ୍ପର୍କିତ ସଂସ୍ତା ଓ ବ୍ୟକ୍ତିବିଶେଷଙ୍କ ଠାରୁ ଏନେଇ ପ୍ରସ୍ତାବ ଗ୍ରହଣ କରାଯାଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ତେବେ ସର୍ବନିମ୍ନ ମଜରୁୀ ସଂଶୋଧନ ପରେ ଅଣକୁଶଳୀ, ଅର୍ଦ୍ଧ କୁଶଳୀ ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି । ଅଣକୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନିମ୍ନ ମଜୁରୀ ୨୦୦ଟଙ୍କାରୁ ୨୮୦କୁ ବୃଦ୍ଧି କରାଯାଇଛି । ଅଣକୁଶଳୀ ଶ୍ରମିକଙ୍କ ମଜୁରୀକୁ ମୋଟ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଅର୍ଦ୍ଧକୁଶଳୀ ଶ୍ରମିଙ୍କ ଦୈନିକ ମଜୁରୀ ୨୨୦ରୁ ୩୨୦ (୪୫ ପ୍ରତିଶତ)କୁ ବୃଦ୍ଧି କରାଯାଇଛି । ଏହାସହ କୁଶଳୀ ଶ୍ରମିକଙ୍କ ଦୈନିକ ସର୍ବନମ୍ନ ମଜୁରୀ ୨୪୦ ଟଙ୍କାରୁ ୩୭୦ (୫୪ ପ୍ରତିଶତ) ଟଙ୍କାକୁ ବୃଦ୍ଧି କରାଯାଇଛି । ଏବଂ ଉଚ୍ଚ କୁଶଳୀ ଶ୍ରମିକ ମାନଙ୍କ ଦୈନିକ ସର୍ବନିମ୍ନ ମଜୁରୀ ୨୬୦ରୁ ୪୩୦ (୬୫ ପ୍ରତିଶତ)କୁ ବୃଦ୍ଧି କରାଯାଇଛି । ଏହାସହ ୧୫ଟି ନିୟୋଜନର ଠିକା କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କର ମଧ୍ୟ ମଜୁରୀ ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ ଦରବୃଦ୍ଧି , ଖାଉଟି ମୂଲ୍ୟସୂଚୀ ବଜାର ଦର ଏବଂ ପଡ଼ୋଶୀ ରାଜ୍ୟମାନଙ୍କର ସର୍ବନିମ୍ନ ମଜରୁୀକୁ ଦୃଷ୍ଟିରେ ରଖି ସର୍ବନିମ୍ନ ମଜୁରୀର ସଂଶୋଧନ କରାଯାଇଛି । ଓଡ଼ିଶାକୁ ସମୃଦ୍ଧ ଭାବେ ଗଢ଼ି ତୋଳିବାକୁ ଶ୍ରମିକଙ୍କ ଭୂମିକା ଗୁରତ୍ୱପୂର୍ଣ୍ଣ । ଏଥିପାଇଁ ରାଜ୍ୟସରକାର ଶ୍ରମିକ, ପ୍ରବାସୀ ଶ୍ରମିକ, ମହିଳା ଶ୍ରମିକ, ଶିଳ୍ପ ସଂସ୍ଥା ଓ ଅନ୍ୟାନ୍ୟ ଶ୍ରମିକଙ୍କ ପାଇଁ ଆର୍ଥିକ ଓ ସାମାଜିକ ବିକାଶକୁ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।

   Related Posts