Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ

10/12/2019 at 8:50 PM

ଭୁବନେଶ୍ବର୧୦/୧୨: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ପାଇଁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ ।

ପୀଡିତାଙ୍କୁ ନ୍ୟାୟ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଲିବ ୪୫ଟି ଫାଷ୍ଟଟ୍ରାକ କୋର୍ଟ ।

ଏଥିରୁ ୨୧ଟି କୋର୍ଟ କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ଘଟଣା ପାଇଁ କାମ କରିବ ।

ଅନ୍ୟପଟେ ପ୍ରତିଷ୍ଠା ହୋଇଥିବା ଆଉ ୨୪ଟି ପୋସ୍କୋ କୋର୍ଟ ନାବାଳିକାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବେ ।

 ଏନେଇ ସୂଚନା ଦେଇଛନ୍ତି ଆଇନ୍ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ଏହା ସହିତ ହାଇକୋର୍ଟରେ ବର୍ତ୍ତମାନ ଖାଲି ପଡିଥିବା ୧୪ଟି ବିଚାରପତି ପଦ ତୁରନ୍ତ ପୂରଣ କରିବା ପାଇଁ ସେ ଦାବି କରିଛନ୍ତି ।

କହିଛନ୍ତି, ହାଇକୋର୍ଟରେ ବିଚାରପତି ପଦ ପୂରଣ ହେଲେ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିବ ।

   Related Posts