News7ର ପ୍ରଭାବ: ଗୁୁଜୁରାଟରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟଣାରେ ହସ୍ତକ୍ଷେପ କଲେ ରାଜ୍ୟ ସରକାର

Published By : Prameya-News7 Bureau | January 20, 2020 IST

ପୁରୀ୨୦/୧: ଗୁଜୁରାଟର ଏକ କମ୍ପାନିରେ ପ୍ରାଣ ହରାଇଥିବା ଯୁବକଙ୍କ ମୃତଦେହ ଆଣିବାକୁ ଯାଇ ତାଙ୍କ ବାପା ଅକଥନୀୟ ନିର୍ଯାତନାର ଶିକାର ହୋଇଛନ୍ତି।  ଏହି ଖବର ନ୍ୟୁଜ ସେଭେନରେ ପ୍ରସାରଣ ପରେ ଏଥିରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟସରକାର । ଶ୍ରମ ବିଭାଗ ପକ୍ଷରୁ ତୁରନ୍ତ ଗୁଜରାଟର ଶ୍ରମ ମନ୍ତ୍ରଣାଳୟ ସହ  ଯୋଗାଯୋଗ କରାଯାଇଥିଲା । ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ରାଜି ହୋଇଥିଲା କମ୍ପାନି। ପ୍ରଥମେ କମ୍ପାନି ଫାଙ୍କି ଦେଉଥିଲା। ନାଇଟ ସିଫ୍ଟରେ ଶୋଇଥିବା ବେଳେ ହରିଶଙ୍କରଙ୍କ ମୃତ୍ୟୁ ହୋଇଥିଲା ବୋଲି କମ୍ପାନୀ ସଫେଇ ଦେଇଥିଲା।

{"id":213920,"sizeSlug":"large"}

ଗୁଜରାଟ ଅହମ୍ମଦାବାଦରେ ଖେଡାସ୍ଥିତ ଏକ ଚିରିପାଲ ପଲିଫିଲ୍ମ କମ୍ପାନିରେ ସେ କାମ କରୁଥିଲେ। ପୁରୀ ଜିଲ୍ଲା କାକଟପୁର ନଇଗୁଆଁ ଅଞ୍ଚଳର ହରିଶଙ୍କର ଜେନାଙ୍କ ରହସ୍ୟ ଜନକ ମୃତ୍ୟୁ ଖବର ନ୍ୟୁଜ୍‌ ସେଭେନ୍‌ରେ ପ୍ରସାରଣ କରିଥିଲା । ଏପରିକି ମୃତଦେହ ପାଇଁ ଯାଇଥିବା ତାଙ୍କ ବାପାଙ୍କୁ ମଧ୍ୟ ଥାନାରେ ଅଟକ ରଖି ନିର୍ଯାତନା ଦେବା ସହ ସ୍ଥାନ ଛାଡି ଚାଲିଯିବାକୁ ଧମକ ଦେଇଥିଲା ପୋଲିସ । ଏଭଳି ସାଂଘାତିକ ଘଟଣାକୁ ପ୍ରଥମେ ନ୍ୟୁଜ୍‌ସେଭେନ୍‌ ସାମ୍ନାକୁ ଆଣିଥିଲା ।

{"id":213921,"sizeSlug":"large"}

ପୁରୀ ଜିଲ୍ଲା କାକଟପୁର ବ୍ଲକର ନଇଁଗୁଆଁ ଗାଁରେହରିଶଙ୍କରଙ୍କ ଘର । ଗତ ବର୍ଷେ ହେବ ସେ ଅହମ୍ମଦାବାଦର ଚିରପାଲ ପଲିଫିଲ୍ମ କମ୍ପାନୀରେ କାମ କରୁଥିଲେ।କମ୍ପାନିରେ ଡ୍ୟୁଟିରେ ଥିବା ଅବସ୍ଥାରେ ଗତ ୧୭ ତାରିଖରେ ହରିଶଙ୍କରଙ୍କ ରହସ୍ୟଜନକ ଭାବେ  ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁ ଖବର ପାଇ ବାପା ଗୟାଧର ଜେନା ଅହମଦାବାଦ ଯାଇଥିଲେ। ପୁଅକୁ ହତ୍ୟା କରାଯାଇଥିବା ନେଇ ସେ ଥାନାରେ ଏତଲା ଦେଇଥିଲେ।

{"id":213922,"sizeSlug":"large"}

ତେବେ ତାଙ୍କୁ ପୋଲିସ ହାଜତରେ ଅଟକ ରଖିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ଗୟାଧର। ଗୟାଧରଙ୍କୁ ନ୍ୟାୟ ଦେବାରେ ଅହମଦାବାଦର ଓଡିଆ ସଂଘ ଉଦ୍ୟମ କରିଥିଲା। ଆଉ ନ୍ୟୁଜ ସେଭେରେ ଖବର ପ୍ରସାରଣ ପରେ ଏ ସଂପର୍କରେ ଅବଗତ ହୋଇଥିଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ।

{"id":213923,"sizeSlug":"large"}

ଶ୍ରମ ବିଭାଗ ଗୁଜରାଟ ଶ୍ରମ ବିଭାଗ ସହିତ କଥା ହୋଇଥିଲା। ଆକ୍ସନକୁ ଆସିଥିଲା ଗୁଜରାଟ ପୋଲିସ। ପୂର୍ବରୁ ଫାଙ୍କି ଆସୁଥିବା କମ୍ପାନି କର୍ତ୍ତୃପକ୍ଷ କ୍ଷତିପୂରଣ ଦେବାକୁ ରାଜି ହେଲେ। ମୃତ ହରିଶଙ୍କରଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତି ପୂରଣ ଦେବ, ଶବସଂସ୍କାର ପାଇଁ ସମସ୍ତ ଆର୍ଥିକ ସହାୟତା ଦେବ କମ୍ପାନୀ। ସେଠାରେ କାମ କରୁଥିବା ଅନ୍ୟ ନିର୍ଯାତିତ ଓଡିଆ ଶ୍ରମିକଙ୍କ ଦାବି ପୂରଣ କରିବାକୁ ରାଜି ହୋଇଛି କମ୍ପାନି। ରାଜ୍ୟବାହାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଅନେକ ସମୟରେ ଶୋଷଣର ଶିକାର ହେଉଛନ୍ତି। ତେବେ ରାଜ୍ୟ ଶ୍ରମ ବିଭାଗ ଏବେ ତ୍ବରିତ ଆକ୍ସନ ନେବାକୁ ଆଗେଇ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.