'କରୋନା ଭାଇସର'ର ମୁକାବିଲା ପାଇଁ ରାଜ୍ୟ ସରକାର ଦେଖାଇଲେ ତତ୍ପରତା

Published By : Prameya-News7 Bureau | January 27, 2020 IST

ଭୁବନେଶ୍ବର୨୭/୧: ଚୀନରେ ବ୍ୟାପିଥିବା କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି ।କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ଭିଡିଓ କନଫରେନ୍ସ କରି ସ୍ଥିତିର ସମୀକ୍ଷା କରିଛନ୍ତି । ସେପଟେ କ୍ୟାପିଟାଲ ହସ୍ପିଟାଲ, ଏସସିବି, ଝାରସୁଗୁଡା ଓ ବୁର୍ଲା ଭିଏସଏସ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଲାଗି ସ୍ବତନ୍ତ୍ର ଓ୍ବାର୍ଡ ଖୋଲାଯାଇଛି । ଏୟାରପୋର୍ଟ, ବନ୍ଦର ଓ ରେଲେଓ୍ବ ଷ୍ଟେସନରେ ସ୍କ୍ରାନିଂ ବ୍ୟବସ୍ଥା କରାଯାଇଛି ।

{"id":216800,"sizeSlug":"large"}

ଚିନ୍ତା ବଢାଇଛି କରୋନା। କାଳେ ଚୀନରୁ ଏହି ଭୂତାଣୁ ଓଡ଼ିଶା ଆସିଯିବ ଏନେଇ ଆଗୁଆ ସତର୍କତା ଗ୍ରହଣ କରିଛନ୍ତି ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସହିତ ଆଲୋଚନା କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ସଚିବ । କରୋନା ଲାଗି ଆଲର୍ଟ ଜାରି ହୋଇଥିବା ଦେଶର ୧୯ ଏୟାରପୋର୍ଟ ଭିତରେ ଭୁବନେଶ୍ବର ନାଁ ନଥିବାରୁ ଭୁବନେଶ୍ବର ଏୟାର ପୋର୍ଟକୁ ଏଥିରେ ସାମିଲ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର ।

{"id":216801,"sizeSlug":"large"}

ମାଲେସିଆରେ କରୋନା ଭାଇରସ ଚିହ୍ନଟ ହେବା ପରେ ଓଡିଶା ପାଇଁ ସତର୍କତା ବଢିଯାଇଛି । କାରଣ କ୍ବାଲାଲମ୍ପୁରରୁ ସିଧା ସଳଖ ଭୁବନେଶ୍ବରକୁ ସିଧା ବିମାନ ଚଳାଚଳ କରୁଛି।  ତେଣୁ ସେଠାରୁ ଆସୁଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ୨୦୧୨ରେ କରୋନା ଭାଇରସ ସଂପର୍କରେ ଦିଲ୍ଲୀରେ ଟ୍ରେନିଂ ନେଇଥିବା ଡାକ୍ତରମାନଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଟଠନ କରିଛନ୍ତି ରାଜ୍ୟ ସରକାର।

{"id":216802,"sizeSlug":"large"}

ମାସକ ଭିତରେ ଚିନ୍‌ରୁ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବାକୁ ସ୍ଥିର ହୋଇଛି।  ରୋଗ ଲାଗି ପ୍ରତିଷେଧକ, କିମ୍ବା ଚିକିତ୍ସା ନଥିବାରୁ କେବଳ ସଚେତନ ଓ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଇଛି। ରାଜଧାନୀ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ଓ୍ବାଡ ଖୋଲାଯାଇଛି । କ୍ୟାପିଟାଲ ହସ୍ପିଟାଲର ୪ଜଣିଆ ଡାକ୍ତରୀ ଟିମ ନିୟୋଜିତ ହୋଇଛନ୍ତି । ବିମାନ ବନ୍ଦର ପରିସରରେ ଏକ ସ୍ବତନ୍ତ୍ର ୨୪ ଘଣ୍ଟିଆ ମେଡ଼ିକାଲ ଇନସପେକ୍ସନ ରୁମ ଖୋଲାଯାଇଛି ।

{"id":216803,"sizeSlug":"large"}

ଏୟାରପୋର୍ଟରେ ମାଗଣା ମାସ୍କ ଯୋଗାଇ ଦିଆଯାଉଛି। ଝାରସୁଗୁଡା ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ସହ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ବେଦାନ୍ତ ଆଲୁମିନା ପ୍ଲାଣ୍ଟ ଓ ଟାଟା କ୍ରୋସାକୀ କାରଖାନା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ତଥ୍ୟ ମାଗିଛି ଜିଲ୍ଲା ପ୍ରଶାସନ । ଏଠାରୁ କୌଣସି କର୍ମଚାରୀ ଚୀନ ନଯିବା ଓ ଚୀନରୁ ଫେରିଥିବା କୌଣସି ଅଧିକାରୀ ବେଳପାହାଡ ନଆସିବା ଲାଗି ଆଡଭାଇଜରି ଜାରି କରାଯାଇଛି ।

{"id":216804,"sizeSlug":"large"}

ସେପଟେ କଟକ ଏସସିବି ମେଡିକାଲରେ ସ୍ଵତନ୍ତ୍ର ୱାର୍ଡ ରହିଛି । ଏଥିରେ ୮ଟି ଆଇସିୟୁ ବେଡ଼ ସମେତ ୪୦ଟି ସାଧାରଣ ବେଡ୍ ରହିଛି । ବର୍ତ୍ତମାନ ସୁଦ୍ଧା ଏସସିବିରେ କୌଣସି ରୋଗୀ ଚିହ୍ନଟ ହୋଇନଥିବା କତ୍ତୃପକ୍ଷ ସୂଚନା ଦେଇଛନ୍ତି । ବୁର୍ଲା ଭିଏସଏସ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମଧ୍ୟ ଚିକିତ୍ସା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।

{"id":216805,"sizeSlug":"large"}

ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ କରୋନା ଚିକିତ୍ସା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କାଲି ସବୁ ଜିଲ୍ଲା ଡାକ୍ତରଖାନାର ସୁପରିଟେଣ୍ଟନଙ୍କ ବୈଠକ ଡାକିଛନ୍ତି ରାଜ୍ୟ ସରକାର । ଏହା ସହ ଏଥପାଇଁ ୨୪ ଘଣ୍ଟାଆ କଣ୍ଟ୍ରୋଲରୁମ ଓ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.