ଜେଇଇ-ଏନଇଇଟି ପରୀକ୍ଷାର୍ଥୀଙ୍କୁ ବିନା ବାଧା ଓ କଟକଣାରେ ପରୀକ୍ଷା ହଲକୁ ଆସିବାକୁ ଅନୁମତି : ଯିବା ଆସିବା ମାଗଣା, ରହିବା ସୁବିଧା ବି ଦେବେ ରାଜ୍ୟ ସରକାର

Published By : Prameya-News7 Bureau | August 28, 2020 IST

ଭୁବନେଶ୍ୱର, ୨୮।୦୮: ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ଓ ବନ୍ୟା ସ୍ଥିତି ଅଛି । ପ୍ରାୟ ୩୭୦୦୦ରୁ ୧୬ ହଜାର ପରୀକ୍ଷାର୍ଥୀ ଭୁବନେଶ୍ୱର-କଟକରେ NEET-JEE ପରୀକ୍ଷା ଦେଇପାରନ୍ତି । ପରୀକ୍ଷାର୍ଥୀଙ୍କ ଯିବା ଆସିବା କଥା ବୁଝିବେ ରାଜ୍ୟ ସରକାର । ଆବଶ୍ୟକ ହେଲେ ମାଗଣାରେ ସେଣ୍ଟରରେ ପହଁଚାଇବା ସହ ରହଣି ବ୍ୟବସ୍ଥା ବି ବୁଝିବେ । ଜିଲ୍ଲା ପ୍ରଶାସନ, ପୋଲିସ ଓ ପରିବହନ ସଚିବଙ୍କୁ  ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହସହ ପରୀକ୍ଷାର୍ଥୀ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ନୋଡାଲ ସେଣ୍ଟର ଅଧିକାରୀଙ୍କୁ ଫୋନ୍ କରି ଜଣାଇବାକୁ ସାମ୍ବାଦିକ ସମ୍ମିଳନୀରେ  କହିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରାୟ ୩୭୦୦୦ ପରୀକ୍ଷାର୍ଥୀ ଓଡିଶାରେ ଏନଇଇଟି ଜେଇଇ ପରୀକ୍ଷା ଦେବେ । ବର୍ତ୍ତମାନର ପରିସ୍ଥିତି ସତ୍ୱେ ଏହି ପରୀକ୍ଷା ହେଉଛି । ଏହି ପରିସ୍ଥିତିରେ ଯେଉଁମାନଙ୍କୁ ଗମନାଗମନା ପାଇଁ ସାହାଯ୍ୟ ଦରକାର ସରକାର ଯୋଗାଇଦେବେ । ଯେଉଁମାନେ ନିଜେ ଯିବା ଆସିବା କରିବେ ସେଥିରେ ଯେପରି ଅସୁବିଧା ନହୁଏ ସରକାର ଦୃଷ୍ଟି ଦେବେ । ଏପରିକି ଗାଇଡଲାଇନରେ କିଛିଟା କୋହଳ କରାଯିବ । ଯାହାର କୌଣସି ଆବଶ୍ୟକ ଅଛି ସେମାନଙ୍କୁ ସରକାର ବିନା ଅର୍ଥରେ ଗମନାଗମନର ସୁବିଧା ଯୋଗାଇ ଦେବେ ।

ସେ ଆହୁରି କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ଓ ବନ୍ୟା ସ୍ଥିତି ଅଛି । ପ୍ରାୟ ୩୭୦୦୦ରୁ ୧୬ ହଜାର ପରୀକ୍ଷାର୍ଥୀ ଭୁବନେଶ୍ୱର-କଟକରେ ପରୀକ୍ଷା ଦେଇପାରନ୍ତି । କିଏ କେଉଁ ସ୍ଥାନରୁ ଆସିବ ତାହାର ଖବର ରଖିବା କଷ୍ଟକର । ସମୟ ମଧ୍ୟ କମ୍ ଅଛି । ଏଥିପାଇଁ  ସିଏମଡି ସଚିବଙ୍କୁ ଅବଗତ କରାଯାଇଛି । ଜିଲ୍ଲା ପ୍ରଶାସନ, ପୋଲିସ ଓ ପରିବହନ ସଚିବଙ୍କୁ ମଧ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହସହ ପରୀକ୍ଷାର୍ଥୀଙ୍କୁ ନୋଡାଲ ସେଣ୍ଟର ଅଧିକାରୀଙ୍କୁ ଫୋନ୍ କରି ଜଣାଇବାକୁ ସେ ଅନୁରୋଧ କରିଛନ୍ତି । ଯେପରି ପରୀକ୍ଷାର୍ଥୀଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯିବ । ସରକାର ପର୍ଯ୍ୟାପ୍ତ ପରିମାଣରେ ବସ୍ ଯୋଗାଇବେ । କୌଣସି ଦେୟ ଦେବାକୁ ପଡିବନି । ଏପରିକି ରହିବା ପାଇଁ ମଧ୍ୟ କୌଣସି ଦେୟ ଦେବାକୁ ପଡିବ ନାହିଁ ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଏସଏମଡି  ସଚିବ ସଞ୍ଜୟ ସିଂ  କହିଛନ୍ତି ଯେ, ଜେଇଇ ମେନ୍ ୧ରୁ ୬ ସେପ୍ଟେମ୍ବରରେ ହେବ । ଏଥିପାଇଁ ୪ଟି ସହରରେ ୨୬ଟି ସେଣ୍ଟର ହୋଇଛି ।ଏହି ସମୟରେ ପରୀକ୍ଷାର୍ଥୀଙ୍କ ଗମନାଗମନ ଉପରେ କୌଣସି କଟକଣା ରହିବ ନାହିଁ । ପ୍ରତ୍ୟେକ ଜିଲ୍ଲାର ଗୋଟିଏ ଲେଖାଏଁ ଆଇଆଇଟିକୁ ନୋଡାଲ ସେଣ୍ଟର ଭାବେ ଘୋଷଣା କରାଯାଇଛି । ଏହି ନୋଡାଲ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ନମ୍ବର ଜାରି କରାଯିବ । କୌଣସି ଅସୁବିଧା ହେଲେ ପରୀକ୍ଷାର୍ଥୀମାନେ ଏହି ନୋଡାଲ ସେଣ୍ଟରକୁ କଲ୍ କରି ଜଣାଇପାରିବେ । ଏହାପରେ ସରକାର ପଦକ୍ଷେପ ଗ୍ରହଣ କରିବେ । ସରକାରୀ ଓ ବେସରକାରୀ କଲେଜର ହଷ୍ଟେଲକୁ ପରୀକ୍ଷାର୍ଥୀମାନଙ୍କ ପାଇଁ ଖୋଲି ଦିଆଯାଇଛି । ପରୀକ୍ଷାର୍ଥୀଙ୍କୁ ସଦର ମହକୁମାରୁ ପରୀକ୍ଷା କେନ୍ଦ୍ରକୁ ନେବାଆଣିବା ଓ ଫେରିବା ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି । ଯେପରି କୌଣସି ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ନରୁହନ୍ତୁ । ନିଟ୍ ପରୀକ୍ଷା ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.