Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ ରାଜ୍ୟ ସରକାର କଣ ରଖିଲେ ଦାବି ଜାଣନ୍ତୁ

9/01/2019 at 6:05 PM

ଭୁବନେଶ୍ବର୯|୧: ପଞ୍ଚଦଶ  ଅର୍ଥ କମିଶନ ଟିମ୍ ଆଜି ତାଙ୍କ ଦ୍ବିତୀୟ ଦିନ ଗସ୍ତରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ତାଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କମିଶନ ଆଗରେ ରାଜ୍ୟର ଦାବି ସଂପର୍କରେ ସ୍ମାରକ ପତ୍ର ଦିଆଯାଇଛି। ମୁଖ୍ୟମନ୍ତ୍ରୀ କମିଶନଙ୍କ ଆଗରେ ରାଜ୍ୟର ପକ୍ଷ ଉପସ୍ଥାପନ କରିଛନ୍ତି।  ଆଉ କମିଶନ ରାଜ୍ୟର ଅର୍ଥନୀତି , ଅଗ୍ରଗତି ଓ ଯୋଜନା ସଂପର୍କରେ ନିଜର ଶାଣିତ ମତ ରଖିଛନ୍ତି।

ଓଡ଼ିଶା ଦୃତ ଅଗ୍ରଗତି କରୁଛି। ବିକାଶ ଧାରା ସନ୍ତୋଷଜନକ। କିନ୍ତୁ କାହିଁକି ଓଡ଼ିଶା ତଥାପି ଅନ୍ୟ ରାଜ୍ୟ ତୁଳନାରେ ପଛରେ। ଆଜୀ ପଞ୍ଚଦଶ ଅର୍ଥକମିଶନ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ସିଧାସଳଖ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା। ଆଉ ମୁଖ୍ୟମନ୍ତ୍ରୀଙ୍କ ଆକ୍ଷେପ ଥିଲା କେନ୍ଦ୍ର ଆଡ଼କୁ। କେନ୍ଦ୍ରର ଅବହେଳା ଯୋଗୁଁ ହିଁ ରାଜ୍ୟର ଭିତ୍ତିଭୂମି ବିକାଶ ହୋଇପାରିନାହିଁ। କେନ୍ଦ୍ରୀୟ ଟିକସ ପାଣ୍ଠିରୁ ୪୨ ପ୍ରତିଶତ ବଦଳରେ ଓଡ଼ିଶାକୁ ୫୦ ପ୍ରତିଶତ ଅର୍ଥ ଦିଆଯାଉ। କେନ୍ଦ୍ରୀୟ ସେସ  ଓ ସରଚାର୍ଜ ଟିକସ ପରିସରଭୁକ୍ତ କରାଯାଉ। ଜିଏସ୍‌ଟି ବାବଦ କ୍ଷତିପୂରଣ ଭରଣା ୧୦ ବର୍ଷ ବଢାଯାଉ, କ୍ଲିନ୍ ଏନର୍ଜି ସେସକୁ ରାଜ୍ୟ କୋଇଲା ଖଣି ଅଞ୍ଚଳରେ ଖର୍ଚ୍ଚ କରାଯାଉ, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ୧୫ ଶହ କୋଟିର ସ୍ବତନ୍ତ୍ର ପ୍ୟାକେଜ ଦେବାକୁ ଦାବି ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ।

ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍‌କେ ସିଂହ, ବିଗତ ଦିନରେ ଓଡ଼ିଶା ଅର୍ଥନୀତିରେ ଅଗ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଥିଲେ। ରାଜ୍ୟରେ ରାଜନୈତିକ ସ୍ଥିରତା ଓ ନେତୃତ୍ବକୁ ଏଥିପାଇଁ ଶ୍ରେୟ ଦେଇଥିଲେ। ତେବେ ଅନେକ କ୍ଷେତ୍ରରେ ରାଜ୍ୟର ବିକାଶକୁ ନେଇ ମାପିଚୁପି ମନ୍ତବ୍ୟ ରଖିଥିଲେ କମିଶନ। ସେ ଦାରିଦ୍ର୍ୟ ସୀମାରେଖା ହେଉ କିମ୍ବା  ମୁଣ୍ଡପିଛା ଆୟ, ରାଜ୍ୟର ଅବିବୃଦ୍ଧିକୁ କମିଶନ ସ୍ବୀକାର କରିଥିଲେ ମଧ୍ୟ ସର୍ବଭାରତୀୟ ସ୍ତରକୁ ଦେଖିଲେ ଓଡ଼ିଶାକୁ ଅନେକ କିଛି କରିବାର ଅଛି ।   ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ  ରାଜ୍ୟର ସ୍ଥିତିବି ଏତେ ଭଲ ନୁହେଁ। ୮ରୁ ୧୦ ହାଜର ଲୋକଙ୍କ ପାଇଁ ଜଣେ ଡାକ୍ତର ସ୍ଥିତିକୁ ସନ୍ତୋଷଜନକୁ କୁହାଯାଇପାରିବନି। ଏହାସହ କୃଷମାନନଙ୍କ ପାଇଁ ରାଜ୍ୟ ସରକାର କରିଥିବା କାଳିଆ ଯୋଜନାକୁ ପ୍ରଶଂସା କରିଛନ୍ତି।

ପଞ୍ଚଦଶ କମିଶନଙ୍କ ଆଗରେ ରାଜ୍ୟ ସରକାର ଯାହାସବୁ ଦାବି ଉପସ୍ଥାପନ କରିଛନ୍ତି ତାହା ଉପରେ ମଧ୍ୟ ଓଡ଼ିଶା ଭଳି ଏକ ପଛୁଆ ରାଜ୍ୟର ଦାବି ଅନେକ ରହିଛି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କେନ୍ଦ୍ରର କର ବ୍ୟବସ୍ଥାର ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି ରାଜ୍ୟର ପଛୁଆ ଅଞ୍ଚଳ ପାଇଁ ସ୍ବତନ୍ତ୍ର ପାଣ୍ଠି କରିବାକୁ ଦାବି ରଖଛନ୍ତି । ଅନ୍ୟପଟେ ବିଜେପି କହିଛି ନିର୍ବାଚନୀକୁ ଦେଖି ମୁଖ୍ୟମନ୍ତ୍ରୀ ବିଜେଡିର ନର୍ବାଚନୀ ଆଜେଣ୍ଡା କସରତ କରୁଛନ୍ତି।

 ଓଡ଼ିଶାକୁ ୧୬ ତମ ରାଜ୍ୟ ହିସାବରେ କମିଶନ ଗସ୍ତ କରିଛନ୍ତି। କମିଶନ ଡିସେମ୍ବର ମାସ ସୁଦ୍ଧା ନିଜ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବ। ୨୦୨୦ ବଜେଟ୍‌ରେ ଏହାର ଲାଗୁ ନେଇ କେନ୍ଦ୍ର ସରକାର ବ୍ୟବସ୍ଥା କରିବେ।

   Related Posts