ଏବେ ହେବନି ୟୁଜି କିମ୍ବା ପିଜି ପରୀକ୍ଷା, କ୍ଲାସ ରୁମ୍ ପାଠପଢା ପରେ କରାଯିବ ବିଚାର

Published By : Prameya-News7 Bureau | December 07, 2020 IST

ଭୁବନେଶ୍ଵର ୦୭।୧୨: ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମିଛି। ସ୍ଥିତି ନିୟନ୍ତ୍ରଣରେ ରହିଛି। ଓଡିଶାରେ କରୋନାର ଦ୍ଵିତୀୟ ଲହରର ସମ୍ଭାବନା ନାହିଁ। ଜନ ଜୀବନ ସ୍ଵାଭାବିକ ହେବାରେ ଲାଗିଛି। ସବୁ ଗତିବିଧି ମଧ୍ୟ ଆରମ୍ଭ ହୋଇଗଲାଣି। ହେଲେ ସ୍କୁଲ ଓ କଲେଜ୍‌ ଖୋଲି ପାରିନି। କେବେ ପାଠପଢା ସ୍ଵାଭାବିକ ହେବ ସେ ନେଇ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହି କ୍ରମରେ ରାଜ୍ୟରେ ୟୁଜି କିମ୍ବା ପିଜି ପରୀକ୍ଷା କରାଯିବ ନାହିଁ। ଏ ନେଇ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ସଚିବ  ଚିଠି ଲେଖିଛନ୍ତି।

ଉଚ୍ଚ ଶିକ୍ଷା ସଚିବ ଶାଶ୍ଵତ ମିଶ୍ର ରାଜ୍ୟର ସମସ୍ତ ବିଶ୍ଵ ବିଦ୍ୟାଳୟର କୁଳପତି ଓ କଲେଜ୍ ଅଧ୍ୟକ୍ଷଙ୍କୁ ଚିଠି ସଂପ୍ରତି କରୋନା ମହାମାରୀ ସମୟରେ ୟୁଜି ଓ ପିଜି ପରୀକ୍ଷା ନକରିବାକୁ କହିଛନ୍ତି। ସେ କହିଛନ୍ତି ଯେ କରୋନା ସ୍ଥିତି ପାଇଁ ପିଲାଙ୍କୁ ଅନଲାଇନ ପାଠ ପଢାଯାଉଛି। ଅନଲାଇନ ପାଠପଢାକୁ ନେଇ ଏବେ ପରୀକ୍ଷା କରିବା ଉଚିତ୍ ହେବନି। କ୍ଲାସରୁମ ପାଠପଢା ଓ ସିଲାବସ ସରିବା ପରେ ପରୀକ୍ଷା ନେଇ ବିଚାର କରାଯିବ ବୋଲି ଉଚ୍ଚ ଶିକ୍ଷା ସଚିବ କହିଛନ୍ତି।

{"id":374129,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.