ଓଡ଼ିଶାର ଅଭିବୃଦ୍ଧି ହାର କମିଛି: ଅର୍ଥନୈତିକ ସର୍ଭେ ରିପୋର୍ଟ

Published By : Prameya-News7 Bureau | February 17, 2020 IST

ଭୁବନେଶ୍ୱର ୧୭।୦୨ ମଙ୍ଗଳବାରରେ ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ । ତା ପୂର୍ବରୁ ସୋମବାରରେ ବିଧାନସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। କୃଷି ଉତ୍ପାଦନ, ଖଣିଜ କାରବାର ମାନ୍ଦା ଯୋଗୁ ରାଜ୍ୟ ଅଭିବୃଦ୍ଧି ହାର କମିଥିବା ସର୍ଭେ ରିପୋର୍ଟ ଦର୍ଶାଇଛି । କେନ୍ଦ୍ର ଅନୁଦାନ କମିବା ଓ ରାଜ୍ୟର ଅଭିବୃଦ୍ଧି ହାର କମ ହେବା ବେଳେ ରାଜ୍ୟ ସରକାର କିପରି ଏକ ବଡ ସନ୍ତୁଳିତ ବଜେଟ ଆଣିବେ ତାକୁ ନେଇ ଆରମ୍ଭ ହୋଇଛି ଆକଳନ ।

{"id":225679,"sizeSlug":"large"}

ବିଶେଷଜ୍ଞଙ୍କ ମତ ସରକାର କୃଷି, ଜଳସେଚନ ଓ ସ୍ବାସ୍ଥ୍ୟ ଓ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦେଇ ପାରନ୍ତି । ତେବେ ଏକ ବଡ ବଜେଟ ଲାଗି ସରକାରଙ୍କୁ ଅଧିକ ଋଣ କରିବାକୁ ପଡିବ ।…

{"id":225680,"sizeSlug":"large"}

ରାଜ୍ୟର ଅଭିବୃଦ୍ଧି ହାର କମିଛି । କାଲି ରଜ୍ୟ ବଜେଟ ଆସିବା ଆଗରୁ ଏମିତି ସଙ୍କେତ ଦେଇଛି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ । ଚଳିତ ବର୍ଷ ଅଭିବୃଦ୍ଧି ହାର ୬.୧୬ ରହିବା ନେଇ ଆକଳନ କରାଯାଇଛି । ବାତ୍ୟା ଯୋଗୁଁ କୃଷି ଉତ୍ପାଦନ କମିଥିବା, ଖଣିଜ କାରବାରରେ ମାନ୍ଦା ଯାଗୁଁ  ଜିଏସଡିପି କମିଛି ବୋଲି ରିପୋର୍ଟ କହୁଛି । ୨୦୧୮-୧୯ରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୯୦ ପ୍ରତିଶତ ରହିଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୬.୧୬ ରହିବ ବୋଲି ଆକଳନ କରାଯାଇଛି ।

{"id":225682,"sizeSlug":"large"}

ତେବେ ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାର ଠାରୁ ଅଧିକ ରହିଛି ବୋଲି  ରିପୋର୍ଟରେ ଦର୍ଶାଯାଇଛି । ଅର୍ଥନୈତିକ ରିପୋର୍ଟ ରାଜ୍ୟର ଏମିତି ଆର୍ଥିକ ଚିତ୍ର ଆଙ୍କିଥିବାବେଳେ କାଲି ବଜେଟ ଆଣିବେ ସରକାର ।

{"id":225684,"sizeSlug":"large"}

ଏଭଳି ସ୍ଥିତିରେ ବଡ ବଜେଟ କିଭଳି ସମ୍ଭବ ଏବଂ ସମ୍ବଳ କେଉଁଠୁ ଆସିବ ତାକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି । ବଡ ବଜେଟ ପାଇଁ ଅଧିକ ଋଣ କଥା ଚିନ୍ତା କଲେ ତାହା ଏଥର ଲକ୍ଷେ କୋଟି ଟଙ୍କା ଟପିବ ବୋଲି ସରକାର ନିଜେ ସ୍ବୀକାର କରିଛନ୍ତି । ଏପରି ବୋଝକୁ ଦେଖି ସରକାର କେଉଁ କ୍ଷେତ୍ରକୁ ଗୁରୁତ୍ବ ଦେଇ କେତେ ବ୍ୟୟ ବରାଦ ଆକଳନ କରୁଛନ୍ତି ତାହା କାଲି ସ୍ପଷ୍ଟ ହେବ ।  

{"id":225685,"sizeSlug":"large"}

ଏଥର ବଜେଟ୍ ୧ଲକ୍ଷ ୫୩ ହଜାର କୋଟି ପର୍ଯ୍ୟନ୍ତ ପହଞ୍ଚିବାର ଆଶା ରହିଛି । ଅର୍ଥନୀତିରେ ମାନ୍ଦାବସ୍ଥା ଚାଲିଛି, ଲୋକଙ୍କ ପାଖରେ ସମ୍ବଳ ନାହିଁ। ତେଣୁ ସରକାର ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ବେଜଟ୍‌ରେ ଅଧିକ ବ୍ୟବସ୍ଥା କରିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହାସହ କୃଷି ଗ୍ରାମାଞ୍ଚଳ ଜୀବିକାର ବଡ଼ ମାଧ୍ୟମ ହୋଇଥିବାରୁ ସରକାର ଜଳସେଚନ, କୃଷି ଉତ୍ପାଦନ ବୃଦ୍ଧି ଓ ଏହାର ମାର୍କେଟିଙ୍ଗ ଉପରେ ବଜେଟରେ ବ୍ୟବସ୍ଥା କରିବା ସହ ଶିକ୍ଷା ଓ ସ୍ବାସ୍ଥ୍ୟ, ବିଜୁଳି ଓ ପାଣି ଉପରେ ଫୋକସ କରିପାରନ୍ତି।

{"id":225686,"sizeSlug":"large"}

୨୦୧୯ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ଋଣଭାର ୮୪ ହଜାର ୬୭୬. ୩୫ କୋଟି ଟଙ୍କା ରହିଛି । ରାଜ୍ୟରେ ମୁଣ୍ଡ ପିଛା ଋଣଭାର ୧୮ ହଜାର ୪୯୭ ଟଙ୍କା ୫୮ ପଇସା ରହିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.