Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯୋଗୀ ମନ୍ତ୍ରୀଙ୍କ ବଡ ବୟାନ : କହିଲେ- ପାକିସ୍ତାନ ଥିବା ଯାଏଁ ଭାରତରେ ଶାନ୍ତି ସମ୍ଭବ ନୁହେଁ, ଖୁବ ଶୀଘ୍ର PoK ଦଖଲ କରିବ ଭାରତ

21/05/2020 at 5:06 PM

ନୂଆଦିଲ୍ଲୀ ୨୧/୦୫ : ଉତ୍ତର ପ୍ରଦେଶ ସଂସଦୀୟ କାର୍ଯ୍ୟ ରାଜ୍ୟମନ୍ତ୍ରୀ ସ୍ୱରୂପ ଶୁକ୍ଲା ଗୁରୁବାର ଦିନ ଦାବି କରି କହିଛନ୍ତି ଯେ, ପାକିସ୍ତାନ କବ୍ଜାରେ ଥିବା କାଶ୍ମୀର ଅର୍ଥାତ ପିଓକେ ଖୁବ ଶୀଘ୍ର ଭାରତ ଅନ୍ତର୍ଭୁକ୍ତ ହେବ | ସେ କହିଛନ୍ତି ଯେ ବିଶ୍ୱ ମାନଚିତ୍ରରୁ ପାକିସ୍ତାନର ନାଁ ଗନ୍ଧ ନ ହଟାଇବା ଯାଏଁ ଶାନ୍ତି ସମ୍ଭବ ନୁହେଁ | ପାକିସ୍ତାନ ଅନ୍ତର୍ଭୁକ୍ତ କାଶ୍ମୀରରେ ଖୁବ ଶୀଘ୍ର ଭାରତ କବ୍ଜା କରି ବୋଲି ସେଠାରେ ଭାରତ ପତାକା ଉଡାଇବ ବୋଲି ସେ କହିଛନ୍ତି | 

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିବା ପାକିସ୍ତାନୀ କ୍ରିକେଟ ଖେଳାଳି ସାହିଦ ଆଫ୍ରିଦିଙ୍କୁ ସେ ନିନ୍ଦା କରି ଅଭଦ୍ର ବୋଲି କହିଛନ୍ତି ଏବଂ ଆଫ୍ରିଦିଙ୍କ ଭଳି ଲୋକଙ୍କୁ ଠାରୁ ଭଦ୍ରାମି ଆଶା ମଧ୍ୟ କରାଯାଇ ପାରିବନାହିଁ ବୋଲି ସେ କହିଛନ୍ତି |  

ଚଳିତ ବର୍ଷ ମାର୍ଚ୍ଚ ମାସରେ ରାଜ୍ୟପାଳ ସତ୍ୟପାଲ ସିଂହ କହିଥିଲେ ଯେ ଯଦି ପାକିସ୍ତାନ ତାର ବିଲୁଆ ଧମକ ବନ୍ଦ ନ କରିଛି ତାହେଲେ ସେ ପିଓକେ ବି ହରେଇଦେବ | ସେ କାଶ୍ମୀର ନେତାଙ୍କ ଉପରେ ମଧ୍ୟ ଗମ୍ଭୀର ଆରୋପ ଲଗାଇଥିଲେ |

ଗୋଟିଏ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଥିଲେ ଯେ, ଯେତେବେଳେ ସେ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ମନୋନୀତ ହୋଇଥିଲେ ସେତେବେଳେ ତାଙ୍କ ସମ୍ମୁଖରେ ଅନେକ ଚେତାବନୀ ଥିଲା | ସେଠାରେ ଦିନ ପ୍ରତିଦିନ ମାରପିଟ, ହଣାକଟା ହେଉଥାଏ | ଆତଙ୍କବାଦୀ ନିର୍ଦୋଷ ନାଗରିକଙ୍କୁ ମାରି ଦିଅନ୍ତି | ସବୁବେଳେ ପଥରବାଜି ହୋଇଥାଏ | କେତେବେଳେ ସାଧାରଣ ଜନତାଙ୍କ ଉପରକୁ ତ କେତେବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ ହୋଇଥାଏ | ଯାହାଫଳରେ ଜାମ୍ମୁ କାଶ୍ମୀର ଜନତା ସବୁବେଳେ ଭୟଭୀତ ଅବସ୍ଥାରେ ରୁହନ୍ତି | ସେଠାକାର ନେତାମାନେ ନିଜ ରାଜନୈତିକ ପ୍ରତିଷ୍ଠା ପାଇଁ ଜାମ୍ମୁ କାଶ୍ମୀରକୁ ଦେଶଠାରୁ ଦୁରେଇ ରଖିଥିଲେ |  

ଜାମ୍ମୁ କାଶ୍ମୀରର ନେତା ଏବେ ପର୍ଯ୍ୟନ୍ତ ମଧ୍ୟ ଦିଲ୍ଲୀକୁ ଡରୁଥିଲେ | ସେମାନେ କହୁଥିଲେ ଯଦି କାଶ୍ମୀରରୁ ଧାରା ୩୭୦ ହଟାଇ ଦିଆଯିବ ତାହେଲେ ଦଙ୍ଗା ହେବ, ହଣାକଟା ହେବ, ରକ୍ତର ସୁଅ ଛୁଟିବ | କିନ୍ତୁ ଯେବେଠାରୁ ସେ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ହୋଇଛନ୍ତି ସେଠାକାର ସ୍ଥିତି ବଦଳି ଯାଇଛି | ସେ ପଥରବାଜଙ୍କୁ ବୁଝାଇଥିଲେ ଏବଂ ପଥରବାଜ ରାଜ୍ୟପାଳଙ୍କ କଥା ମଧ୍ୟ ମାନିଥିଲେ | ଫଳରେ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ପଥରବାଜ ସମ୍ପୂର୍ଣ ବନ୍ଦ ହୋଇଯାଇଛି |

   Related Posts