୨୦୧୮ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ , ମିହିର ଦାସ ଶ୍ରେଷ୍ଠ ଅଭିନେତା, ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ

Published By : Prameya-News7 Bureau | December 10, 2019 IST

ଭୁବନେଶ୍ୱର ୧୦।୧୨: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଙ୍ଗଳବାର ଘୋଷିତ ହୋଇଛି ।୧୦୧୮ ବର୍ଷ ପାଇଁ ଘୋଷିତ ଏହି ଫୁରସ୍କାର ନିମନ୍ତେ  ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ନିମନ୍ତେ  ମନୋନୀତ ହୋଇଛନ୍ତି । ସେହିପରି ‘ଭିଜା ମାଟିର ସ୍ୱର୍ଗ'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଘୋଷଣା କରାଯାଇଛି ।

{"id":195993,"width":578,"height":361,"sizeSlug":"large"}

ପ୍ରଯୋଜକ ଅକ୍ଷୟ ପରିଜା  ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର ପ୍ରଦାନ କରାଯିବ। ନିର୍ଦ୍ଦେଶକ ମନମୋହନ ମହାପାତ୍ର  ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି । ଶାନ୍ତିରାଜ ଖୋସଲାଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ବସନ୍ତରାଜ ସାମଲଙ୍କୁ ଶ୍ରେଷ୍ଠ ଗୀତିକାର, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ କରୁଣାକର ଓ ଶ୍ରେଷ୍ଠ ଗାୟିକାଭାବେ ଅନ୍ତରା ଚକ୍ରବର୍ତ୍ତୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ।

{"id":195994,"sizeSlug":"large"}

ଶ୍ରେଷ୍ଠ କାହାଣୀକାରଭାବେ ନିରଞ୍ଜନ ରେଡ୍ଡୀ, ଶ୍ରେଷ୍ଠ ସଂଳାପ ଲେଖକ ଭାବେ ନନ୍ଦଲାଲ ମହାପାତ୍ର  ମନୋନୀତ ହୋଇଛନ୍ତି।  ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ‘ଜୟଦେବ ପୁରସ୍କାର’ ପ୍ରଖ୍ୟାତ କାହାଣୀକାର-ଚିତ୍ରନାଟ୍ୟକାର ତଥା ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କୁ ପ୍ରଦାନ କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.