Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ରାଜ୍ୟରେ ବଢିବ କି ଲକ୍‌ଡାଉନ୍‌ ? ଆଜି ସାଢେ ୪ରେ ବଡ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

15/05/2021 at 11:18 AM

ଭୁବନେଶ୍ୱର ୧୫।୦୫ : ବଡ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଶନିବାର ଅପରାହ୍ନ ୪ଟା ୩୦ରେ ମୁଖ୍ୟ ଶାସନ ସଚିବ କିଛି ବଡ ଘୋଷଣା କରିବାର ସୂଚନା ମିଳିଛି ।

ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଗତ ୨୪ ଘଣ୍ଟାରେ ୧୧ହଜାରରୁ ଅଧିକ ପଜିଟିଭ୍ କେସ୍ ବାହାରିଥିବା ବେଳେ ୨୧ ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ଥିଲେ ମଧ୍ୟ କେତେବେଳେ କମବେଶୀ ମଧ୍ୟ ହେଉଛି ।ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଲକ୍‌ଡାଉନ୍‌ ଜାରି କରାଯାଇଛି । କରୋନା ଜନିତ  ବିପଦ ରହିଥିବା ସତ୍ତ୍ୱେ ଅନେକ ବ୍ୟକ୍ତି ନିୟମ ମାନୁ ନାହାଁନ୍ତି । ଗାଇଡଲାଇନ୍ ପାଳନ କରୁନାହାଁନ୍ତି । ଫଳରେ ସଂକ୍ରମଣ ବ୍ୟାପୁଥିବା ଦେଖିବାକୁ ମିଳିଛି ।

ଗତ କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସବୁଠାରୁ ଅଧିକ ରହିଛି । ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଏଠାରେ ୧୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତା ବଢାଇଦେଇଛି । ଏସବୁକୁ ନଜରରେ ରଖି ମୁଖ୍ୟ ଶାସନ ସଚିବ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି । ଏହି ପ୍ରେସ୍‌ବାର୍ତ୍ତା ସମୟରେ ଏନ୍‌ଏଚଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ବିଏମ୍‌ସି କମିଶନର ସଞ୍ଜୟ ସିଂହ ଉପସ୍ଥିତ ରହିବେ ।

   Related Posts